୪ ଜିଲ୍ଲା ପାଇଁ ବଡ ଖବର । ୪ ଜିଲ୍ଲାରେ ହେବ ସପ୍ତାହାନ୍ତ ସଟଡାଉନ । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ସହ ରାଉରକେଲା ମୁନିସିପାଲିଟିରେ ଶନିବାର, ରବିବାର ସଟଡାଉନ ।

2,717

କନକ ବ୍ୟୁରୋ: ୪ ଜିଲ୍ଲା ପାଇଁ ବଡ ଖବର । ୪ ଜିଲ୍ଲାରେ ହେବ ସପ୍ତାହାନ୍ତ ସଟଡାଉନ । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଏବଂ ରାଉରକେଲା ମୁନିସିପାଲିଟିରେ ୨ ଦିନ ସଟଡାଉନ । ଶନିବାର, ରବିବାର ଏହି ୪ ଜିଲ୍ଲା ଓ ଗୋଟିଏ ପୌରାଞ୍ଚଳ ସଟଡାଉନ କରାଯିବ । ସାରା ଅଗଷ୍ଟ ମାସରେ ଏହି ନିୟମ ଲାଗୁହେବ । ତେବେ ଅଗଷ୍ଟ ୧, ୨ରେ ସକାଳ ୫ରୁ ଦିନ ୧ ଯାଏଁ ଦୋକାନ ଖୋଲା । ୧ରୁ ସଟଡାଉନ ଆରମ୍ଭ ହେବ । ଅନ୍ୟ ଦିନମାନଙ୍କରେ ଶନିବାର ରବିବାର ସଟଡାଉନ ହେବ ।

ସେପଟେ ଓଡିଶାରେ ଜାରି ରହିବ ନାଇଟ୍ କର୍ଫ୍ୟୁ । ରାତ୍ରୀ କାଳୀନ କଟକଣାକୁ ବଳବତ୍ତର ରଖିଲେ ରାଜ୍ୟ ସରକାର । ରାଜ୍ୟରେ ହଟିବନି ରାତ୍ରୀ କାଳୀନ କର୍ଫ୍ୟୁ । ରାତି ୯ରୁ ସକାଳ ୫ ଯାଏଁ ଜାରି ରହିବ ନାଇଟ୍ କର୍ଫ୍ୟୁ ।ଏହି ସମୟରେ ଜରୁରୀ ସେବା ଜାରି ରହିବ । ସମସ୍ତ ଗଣମାଧ୍ୟମ ଖୋଲା ରହିବ ।

ଅନଲକ ୩ରେ ଜୀବୀକା ପାଇଁ ସବୁ ସଂସ୍ଥାକୁ ଖୋଲା ରଖିଥିବା ବେଳେ କିଛି ଉପକେ କଟକଣା ଲଗାଇଛନ୍ତି । ମାସ୍କ ନପିନ୍ଧିଲେ ବଡ ଜରିମାନା । ମାସ୍କ ନପିନ୍ଧିଲେ ୧୦୦୦ ଟଙ୍କା ଜରିମାନ।। ସାଧାରଣ ସ୍ଥାନରେ ଛେପ ପକାଇଲେ ୧୦୦୦ ଜରିମାନା । ପ୍ରଥମ, ଦ୍ୱିତୀୟ ଭୁଲ ପାଇଁ ଜରିମାନା ୧୦୦୦ ଟଙ୍କା । ୩ୟ ଭୁଲ ପାଇଁ ୫୦୦୦ ଜରିମାନା । ସେମିତି ବିବାହ ନିୟମ ଭାଙ୍ଗିଲେ ୧୦ ହଜାର ଜରିମାନା । ବିବାହ ହେଉଥିବା ମଣ୍ଡପ ବି ସିଲ୍ ହେବ । ସାମାଜିକ ଦୂରତା ନମାନୁଥିବା ଦୋକାନୀ ବି ଗଣିବେ ୧୦ ହଜାର । ସପ୍ତାହେ ପାଇଁ ଉକ୍ତ ଦୋକାନ ସିଲ୍ କରାଯିବ ।

କଣ୍ଟେନମେଣ୍ଟ ଜୋନ ସମ୍ପୂର୍ଣ୍ଣ ଭାବେ ଲକଡାଉନରେ ରହିବ । ଯିବା ଆସିବା ବନ୍ଦ ହେବ, କଟକଣା ଲାଗିବ । କଣ୍ଟେନମେଣ୍ଟ ଜୋନ ବାହାରେ କଟକଣାରେ କାମ ହେବ । ଖେଳକୁଦ ବନ୍ଦ, ସର୍ତ୍ତ ସହ ଜିମ୍ ଖୋଲିବ । ସେଲୁନ, ସ୍ପା, ପାର୍ଲର ସତର୍କ ସହ ନିୟମ ମାନି କାମ କରିବେ । ଅଗଷ୍ଟ ୩୧ ଯାଏଁ ସ୍କୁଲ, କଲେଜ ବନ୍ଦ । ପରୀକ୍ଷା ହୋଇପାରିବ, ଖାତା ଦେଖା ହୋଇପାରିବ । ଅଗଷ୍ଟ ୫ରୁ ଯୋଗ କେନ୍ଦ୍ର ଖୋଲିବ, ଜିମ୍ ଖୋଲିବ ।