କନକ ବ୍ୟୁରୋ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିଲା ମାଟ୍ରିକ ଖାତା ମୂଲ୍ୟାୟନ ରଣନୀତି । ଏଣିକି ୧୦କିଲୋମିଟର ମଧ୍ୟରେ ଖାତା ଦେଖା କେନ୍ଦ୍ର ବଢାଇବା ପାଇଁ ନିଷ୍ପତି ନିଆଯାଇଛି । ଅର୍ଥାତ ମାଟ୍ରିକ ଖାତା ମୂଲ୍ୟାୟନ ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଯେପରି ୧୦ କି.ମି.ରୁ ଅଧିକ ବାଟ ନଯିବେ ସେଥିପ୍ରତି ଦୃଷ୍ଟଇ ଦେବେ ସରକାର । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ମନ୍ତ୍ରୀ କହିଛନ୍ତି କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିଭାଗ ପଦକ୍ଷେପ ନେଉଛି ୧୦ କିଲୋମିଟର ଦୂରରୁ କେତେଜଣ ଆସୁଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଉଛି । କରୋନାର ସଂକ୍ରମଣ ରୋକିବାକୁ ମୂଲ୍ୟାୟନ କେନ୍ଦ୍ର ଗୁଡିକରେ ସମସ୍ତ ବନ୍ଦୋବସ୍ତ କରାଯାଇଛି । ସମସ୍ତ ଜିଲ୍ଲାର ଓିଡ ମାନଙ୍କ ସହ ଆଲୋଚନା କରିବା ପାଇଁ ଆଗାମୀ ସୋମବାର ଏକ ବୈଠକ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/samir-ranjan-640x430.jpg)