ଆମ୍ଭମାନଙ୍କ ଜୀବନରେ ଉତ୍ସବ ନୂତନ ଉନ୍ମାଦନା ପ୍ରଜ୍ଜ୍ୱଳିତ କରେ। ପର୍ବପର୍ବାଣି ନିମନ୍ତେ ଆମେ ସ୍ଥାନୀୟ ଜିନିଷ କିଣି ବ୍ୟବହାର କରିବା। ସ୍ଥାନୀୟ କ୍ଷୁଦ୍ର ବ୍ୟବସାୟୀଙ୍କ ଠାରୁ କିଛି କିଣାକିଣି କରିବାକୁ ମୁଁ ସବୁବେଳେ ଲୋକମାନଙ୍କୁ କହେ। ସ୍ୱଦେଶୀ ଜିନିଷ କିଣନ୍ତୁ ବୋଲି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ୫୮ ତମ ସଂସ୍କରଣରେ ଦେଶବାସୀଙ୍କୁ ଦୀପାବଳି ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସେ ଆହୁରି କହିଛନ୍ତି, କେବଳ ଭାରତରେ ନୁହେଁ ବିଶ୍ୱବ୍ୟାପୀ ଲୋକେ ଦୀପାବଳି ପାଳୁଛନ୍ତି। ଚାଲନ୍ତୁ, ଉତ୍ସବ ପର୍ଯ୍ୟଟନ ବଢ଼ାଇବା ନିମନ୍ତେ କାମ କରିବା। କନ୍ନଡ଼ ଭାଷାରେ କବି ସାଞ୍ଚି ହୋନାମ୍ମା ‘ଭାରତ କି ଲକ୍ଷ୍ମୀ’ ଶୀର୍ଷକ କବିତାଟିଏ ଲେଖିଥିଲେ ଏବଂ ଏହା ଏବେ ମଧ୍ୟ ପ୍ରାସଙ୍ଗିକ।
ସେ କହିଲେ: ଆମେ ଗୁରୁ ନାନକଙ୍କର ୫୫୦ ତମ ଜୟନ୍ତୀ ପାଳନ କରୁଛନ୍ତି। ସେ ସଦାବେଳେ ସେବାକୁ ଗୁରୁତ୍ୱ ଦେଉଥିଲେ। ଗୁରୁ ନାନକ ଅନେକ ସ୍ଥାନକୁ ଯାତ୍ରା କରି ବହୁ ସାଧୁସନ୍ଥଙ୍କୁ ଭେଟିଥିଲେ ଯାହା ଉଦାସି ଭାବେ ଜଣାଶୁଣା। ସେ ଗୟା ଓ ଶ୍ରୀଲଙ୍କାକୁ ମଧ୍ୟ ଯାଇଥିଲେ। ତାଙ୍କର କଶ୍ମୀର ଗସ୍ତ ସେଠାକାର ଲୋକଙ୍କ ସହ ଶିଖ୍ ମାନଙ୍କର ସମ୍ପର୍କକୁ ନିବିଡ଼ କରିଥିଲା। ପ୍ରାୟ ୮୫ ଟି ଦେଶର ରାଷ୍ଟ୍ରଦୂତ ଅମୃତସର ସ୍ଥିତ ସ୍ୱର୍ଣ୍ଣ ମନ୍ଦିର ଦର୍ଶନ କରିଛନ୍ତି। ମୁଁ ନିଶ୍ଚିତ ଯେ ଆପଣମାନଙ୍କ ମଧ୍ୟରୁ ସମସ୍ତେ ଅକ୍ଟୋବର ୩୧ ତାରିଖକୁ ମନେ ରଖିଥିବେ। ସେଦିନ ସର୍ଦ୍ଦାର ପଟେଲଙ୍କ ଜନ୍ମଦିନ। ଦେଶ ସର୍ବଦା ସର୍ଦ୍ଦାର ପଟେଲଙ୍କ ନିକଟରେ ଋଣୀ ରହିବ। ରାଜ୍ୟ ମିଶ୍ରଣ ପାଇଁ ସେ ଦାୟୀ। ଲକ୍ଷାଦ୍ୱୀପ ମିଶ୍ରଣରେ ମଧ୍ୟ ତାଙ୍କର ଭୂମିକା ଥିଲା। ଏ କଥା କାହାରି ସ୍ମରଣ ନ ଥାଏ। ବିକାଶ ପାଇଁ ଯାହା ଆବଶ୍ୟକ ତାହା ଯେମିତି ଲକ୍ଷାଦ୍ୱୀପ ପାଏ ତାହାର ସେ ବନ୍ଦୋବସ୍ତ କରିଥିଲେ।
‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’ ଠାରୁ ଉଚ୍ଚ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଆମେ ଭାରତବାସୀଙ୍କୁ ଅର୍ପଣ କରିଛୁ। ଏବେ ସେଠାରେ ସିଜୁ ବାଗାନ୍, ଏକତା ନର୍ସରି ଏବଂ ପ୍ରଜାପତି ବାଗାନ୍ ତିଆରି କରାଯାଉଛି। ସେଠାରେ ଲୋକେ ଡ୍ରାଗନ୍ ଫ୍ରୁଟ ଗଛ ବି ଲଗାଇଲେଣି। ୧୦୦ ଦର୍ଶନୀୟ ସ୍ଥାନ ମଧ୍ୟରେ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’କୁ ଟାଇମ୍ ମାଗାଜିନ୍ ସ୍ଥାନ ଦେଇଛି। ୨୦୧୪ ଠାରୁ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖ ଦିନ ‘ଏକତା ଦିବସ’ ପାଳନ କରୁଛୁ। ଏ ବର୍ଷ ମଧ୍ୟ ଆମେ ‘ରନ୍ ଫର୍ ୟୁନିଟି’ ଆୟୋଜନ କରୁଛୁ। ପୁରୁଷ, ମହିଳା କିଂବା ପିଲା ସଭିଏଁ ପ୍ରତିବର୍ଷ ଏହି ଦୌଡ଼ରେ ଅଂଶଗ୍ରହଣ କରୁଛନ୍ତି। ‘ରନ୍ଫର୍ୟୁନିଟିଡଟ୍ଇନ୍’ ନାମରେ ପୋର୍ଟାଲ୍ଟିଏ ବି ଅଛି। ସେଥିରେ ଦୌଡ଼ ବିଷୟରେ ସୂଚନା ଦିଆଯାଇଛି। ଚାଲନ୍ତୁ, ସର୍ଦ୍ଦାର ପଟେଲ୍ ଇଚ୍ଛା କରିଥିବା ଏକତାର ଉଚ୍ଛ୍ୱାସକୁ ସର୍ବଦା ପ୍ରସାର କରିବା। ଅକ୍ଟୋବର ୩୧ ତାରିଖ ଦିନ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ମୁଁ ଆଉ ଥରେ ଲୋକମାନଙ୍କୁ ଅଭିନନ୍ଦନ ଜଣାଉଛି। ଆତସବାଜି ଫୁଟାଇବା ବେଳେ ଲୋକେ ନିଶ୍ଚୟ ସତର୍କ ରହିବା କଥା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/814024-806930-narendra-modi-audio-970.jpg)
/kanak/media/post_attachments/wp-content/uploads/2019/10/diya-video-1820_110518023027-300x169.jpg)
/kanak/media/post_attachments/wp-content/uploads/2019/10/statue_of_unity_sardar_patel-U205730969126CB-621x414@LiveMint-300x200.jpg)