କନକ ବ୍ୟୁରୋ : ଅନଲାଇନରେ ପରୀକ୍ଷା କରିବାକୁ ଛାତ୍ରଛାତ୍ରୀଙ୍କ ଦାବି । ଧାରଣାକୁ ଓହ୍ଲାଇଲେ ଓୟୁଏଟିର ଛାତ୍ରଛାତ୍ରୀ । ରାଜ୍ୟରେ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବା ବେଳେ କ୍ଲାସରେ ବସି ପରୀକ୍ଷା ଦେବା ନିଷ୍ପତିକୁ ବିରୋଧ କରୁଛନ୍ତି ଛାତ୍ରଛାତ୍ରୀ । ଯାହା ପାଇଁ ଓୟୁଟିର ଛାତ୍ରଛାତ୍ରୀ ଅନଲାଇନ ପରୀକ୍ଷା ଦେବାକୁ ଦାବି କରିଛନ୍ତି । ଓୟୁଏଟିର କୁଳପତିଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି ୫ଶହରୁ ଅଧିକ ଛାତ୍ରଛାତ୍ରୀ । ସେହିପରି ବିଜେବି କଲେଜର ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ଛାତ୍ରଛାତ୍ରୀଙ୍କ କହିବାନୁଯାୟୀ, ଓୟୁଏଟି କେବେ ସାନିଟାଇଜ ହେବ, ଏଯାଏଁ ତ ହୋଇନି । ପିଲାମାନେ ତ ହସ୍ପିଟାଲରେ ଅଛନ୍ତି, ଆଉ ଯେତିକି ଅଛନ୍ତି ସେମାନେ ବି ହସ୍ପିଟାଲ ଯିବେ ନା କଣ ? କଣ ଚାହୁଁଛନ୍ତି ଆମେ ଏଠି ମରିଯାଉ ବୋଲି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନଲାଇନ ପରୀକ୍ଷା କରିବା ପାଇଁ ଦାବି କରୁଛୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/12-12.jpg)