ସଂଘୀୟ ବ୍ୟବସ୍ଥାରେ ଆମର ଯାହା ଦାବି ଆମେ ଉପସ୍ଥାପନ କରିବୁ। ଓଡିଶାର ସ୍ୱାର୍ଥରକ୍ଷା ଆମର ଦାୟିତ୍ୱ: ଦେବୀ ମିଶ୍ର

157

କନକ ବ୍ୟୁରୋ: ବୁଲେଟ ଟ୍ରେନ ଏବଂ ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ସେ କହିଛନ୍ତି, ବିଜେଡିରେ କୌଣସି ପ୍ରକାର କନଫ୍ୟୁଜନ୍ ନାହିଁ ଆମର ସବୁକଥାରେ କ୍ଲାରିଟି ଅଛି ।

ପୁରୀରେ ବିମାନବନ୍ଦର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ଏ ବାବଦରେ ସେ ମୋଦୀଙ୍କ ଆଗରେ ଦାବି ଉପସ୍ଥାପନ କରିଥିଲେ । ତେବେ ଏକଥା ପୁଣି ମନେପକାଇବାରେ ଅସୁବିଧା କେଉଁଠି ରହିଲା । ବିଜେଡି ଓଡିଶାର ସ୍ୱାର୍ଥରକ୍ଷା ପାଇଁ ଏବଂ ଦାବି ହାସଲ ପାଇଁ ସବୁଜିନିଷ କରିବାକୁ ପ୍ରସ୍ତୁତ ଅଛୁ । ସଂଘୀୟ ବ୍ୟବସ୍ଥାରେ ଆମର ଯାହା ଦାବି ରହିଛି ଆମେ ତାକୁ ଉପସ୍ଥାପନା କରୁଛୁ । ରାଜନୀତିରୁ ଉପରକୁ ଉଠି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଥିବା ସରକାର ଓଡିଶାର ବିକାଶ କରିବେ ।