ଆମେରିକା ସେନା ସହିଦ୍ ପରେ କଠୋର ହେଲେ ବାଇଡ଼େନ : କହିଲେ, ଦେବାକୁ ପଡ଼ିବ ବହୁମୂଲ୍ୟ; ଖୋଜି ଖୋଜି ଆତଙ୍କବାଦୀଙ୍କୁ ମାରିବୁ

ସେପଟେ ଜରୁରୀ ବୈଠକ ଡ଼ାକିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

817

କନକ ବ୍ୟୁରୋ : କାବୁଲ ବ୍ଲାଷ୍ଟରେ ଆମେରିକା ସେନାଙ୍କ ମୃତ୍ୟୁ ପରେ ଆତଙ୍କବାଦୀଙ୍କୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚେତାବନୀ । ବାଇଡେନ୍ କହିଛନ୍ତି, ଦେବାକୁ ପଡିବ ବହୁମୂଲ୍ୟ । ଏହି ଘଟଣା କେବେ ଭୁଲି ହେବନି, କି କେବେ କ୍ଷମା ଦେବୁନି । ଖୋଜି ଖୋଜି ଆତଙ୍କବାଦୀଙ୍କୁ ମାରିବୁ । ଆଫଗାନିସ୍ତାନରେ ଫସି ରହିଥିବା ଆମେରିକାବାସୀଙ୍କୁ ଉଦ୍ଧାର କରିବୁ । ଏହା ସହ ସେଠାରେ ଥିବା ଆମେରିକା ସୈନିକଙ୍କୁ ମଧ୍ୟ ସେଠାରୁ ଉଦ୍ଧାର କରି ଆଣିବୁ । ବାଇଡେନ୍ କହିଛନ୍ତି, ଆମର ମିଶନ ଆଗକୁ ଜାରି ରହିବ । ଆବଶ୍ୟକ ପଡ଼ିଲେ ଅତିରିକ୍ତ ଆମେରିକା ସେନା ଆଫଗାନିସ୍ତାନ ପଠାଯିବ ।

କାବୁଲ ବିସ୍ଫୋରଣ ପରେ ଜରୁରୀକାଳୀନ ବୈଠକ ଡକାଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ସେପଟେ ଅଧିକରୁ ଅଧିକ ଆଫଗାନବାସିଙ୍କୁ ଏୟାରଲିଫ୍ଟ କରିବାକୁ ପ୍ରୟାସ ହେବ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ କହିଛନ୍ତି । ତାଲିବାନ ଆଫଗାନିସ୍ତାନକୁ ଦଖଲ କରିନେବା ପରେ ଦେଶ ଛାଡି ଚାଲିଯିବାକୁ ଅନେକ ଲୋକ ଚାହୁଁଛନ୍ତି । ବିଟ୍ରେନ, ଅଷ୍ଟେଲିଆ, ଫାନ୍ସ, ଇଟାଲି ଭଳି ଦେଶ ମଧ୍ୟ ନିଜ ଦେଶର ନାଗରିକକୁ ଫେରାଇ ନେବାକୁ ଉଦ୍ୟମ କରୁଛନ୍ତି । ଭାରତ ମଧ୍ୟ ନିଜ ଦେଶର ନାଗରିକ ଫେରାଇ ଆଣିବାକୁ ଉଦ୍ୟମ କରୁଛି । ଏହାରି ଭିତରେ ଆତଙ୍କୀଙ୍କ ଟାର୍ଗେଟକୁ ଆସି ଯାଇଛି କାବୁଲ ଏୟାରପୋର୍ଟ । କାବୁଲରେ ସ୍ଥିତି ଅତି ଉଦବେଜଜନକ ରହିଛି । ଫଳରେ ପୂରା ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।