ଏକକ ପରୀକ୍ଷାରେ ବିଳମ୍ବରେ ପ୍ରଶ୍ନପତ୍ର ପହଂଚିବା ଘଟଣା ! ମନ୍ତ୍ରୀ କହିଲେ, କାହିଁକି ପ୍ରଶ୍ନପତ୍ର ପହଂଚିନଥିଲା ତା’ର ହେବ ସମୀକ୍ଷା

ମାଟ୍ରିକ ଖାତା ମୂଲ୍ୟାୟନ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା: କହିଲେ, ବଢିବ ଖାତା ଦେଖା କେନ୍ଦ୍ର; ୧୦ କିମି ଦୂରରୁ ଆସୁଥିବା ଶିକ୍ଷକଙ୍କ ପାଇଁ ହେବ ରହିବା, ଖାଇବା ବ୍ୟବସ୍ଥା

କନକ ବ୍ୟୁରୋ : ଏକକ ପରୀକ୍ଷା ପ୍ରଶ୍ନପତ୍ର ବିଳମ୍ବରେ ପହଞ୍ଚିଥିବା ନେଇ ସମୀକ୍ଷା କରାଯିବ। କଣ ପାଇଁ ଓ କେଉଁ ପରିସ୍ଥିତିରେ କେତେକ ବିଦ୍ୟାଳୟରେ ପ୍ରଶ୍ନପତ୍ର ଆବଶ୍ୟକତାଠାରୁ କମ୍ ଓ ଆଉ କେତେକ ବିଦ୍ୟାଳୟରେ ଆଦୌ ପ୍ରଶ୍ନପତ୍ର ପହଞ୍ଚି ନ ଥିଲା ତାହାର କାରଣ ଖୋଜିବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।  ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ, ପ୍ରଥମ ଥର ପାଇଁ ଏହି ଏକକ ପ୍ରଶ୍ନପତ୍ର ବ୍ୟବସ୍ଥା ହୋଇଥିବାରୁ କିଛି ସ୍ଥାନରେ ଅସୁବିଧା ଉପୁଜିଛି। ସ୍ବଳ୍ପ ସମୟ ଓ ଅଚାନକ ବର୍ଷା ଯୋଗୁଁ କିଛି ସ୍ଥାନରେ ପ୍ରଶ୍ନପତ୍ର ବିଳମ୍ବରେ ପହଞ୍ଚିଥିଲା ବୋଲି ସେ କହିଥିଲେ। ପ୍ରକାଶ ଥାଉକି, ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକକ ପରୀକ୍ଷା କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଗତକାଲିଠାରୁ ଏକକ ପରୀକ୍ଷା ପ୍ରଶ୍ନପତ୍ରରେ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ପିପିଲି, ପୁରୀ, ପଟ୍ଟାମୁଣ୍ଡାଇ ଓ ବାଲେଶ୍ବର ଜିଲ୍ଲାର କେତେକ ବିଦ୍ୟାଳୟରେ ପ୍ରଶ୍ନପତ୍ର ଆଦୌ ପହଞ୍ଚି ନ ଥିଲା। ଏସବୁ ଜିଲ୍ଲାର କେତେକ ବିଦ୍ୟାଳୟରେ ଆବଶ୍ୟକତାଠାରୁ କମ୍ ପ୍ରଶ୍ନପତ୍ର ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ଫଳରେ ଛାତ୍ରଛାତ୍ରୀମାନଙ୍କୁ ଜେରକ୍ସ କରି ପ୍ରଶ୍ନପତ୍ର ଶିକ୍ଷକମାନେ ଯୋଗାଇଥିଲେ। ଆଉ କେତେକ ସ୍କୁଲରେ କଳାପଟାରେ ପ୍ରଶ୍ନ ଲେଖାଯିବା ପରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe