ସେବାୟତ ନା ଡକାୟତ !! ଅଧିକ ଦକ୍ଷିଣା ଦେଲେ ନାହିଁ ବୋଲି ଭକ୍ତଙ୍କୁ ହାଣିପକାଇଲେ ସେବାୟତ

ସେବାୟତ ନା ଡକାୟତ !! ଅଧିକ ଦକ୍ଷିଣା ଦେଲେ ନାହିଁ ବୋଲି ଭକ୍ତଙ୍କୁ ହାଣିପକାଇଲେ ସେବାୟତ

କନକ ବ୍ୟୁରୋ : ମା ତାରାତାରିଣୀ ପୀଠରେ ଦୁଇ ଜଣ ସେବାୟତ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ଅଧିକ ଦକ୍ଷିଣା ନଦେବାରୁ ସେମାନେ ଜଣେ ଶ୍ରଦ୍ଧାଳୁଙ୍କ ହାତକୁ ଖଣ୍ଡାରେ ହାଣି ଲହୁଲୁହାଣ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କୋଦଳା ଥାନା ରାମପଲ୍ଲୀ ଗ୍ରାମର ରାହୁଲ ପ୍ରଧାନ ଓରଫ୍ ଅକ୍ଷୟ ତାଙ୍କ ଗ୍ରାମର କିଛି ଲୋକଙ୍କ କାର୍ ପୂଜା କରିବା ପାଇଁ ତାରାତାରିଣୀ ମନ୍ଦିରକୁ ଆସିଥିଲେ। ପୂଜା ପରେ ଦୁଇ ସେବାୟତ ଋଷି ଓ ରାଜେନ୍ଦ୍ର ଦକ୍ଷିଣା ବାବଦକୁ ୫ହଜାର ଟଙ୍କା ଦାବି କରିଥିଲେ। ଯାହାକୁ ନେଇ ରାହୁଲଙ୍କ ସହ ସେମାନଙ୍କ ଯୁକ୍ତିତର୍କ ହୋଇଥିଲା।

ଅଧିକ ଦକ୍ଷିଣା ଦେବେନି ବୋଲି ରାହୁଲ ମନା କରିବାରୁ ଉଭୟ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦ କରିବାରୁ ପୁରୁଷୋତ୍ତମପୁର ନାରାୟଣବିହାରର ସୁଦାମ ମହାରଣା ମଧ୍ୟ ସେମାନଙ୍କ ଆକ୍ରୋଶ ଓ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି। ଉଭୟଙ୍କୁ ପୁରୁଷୋତ୍ତମପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଯାଇଛି। ପୁରୁଷୋତ୍ତପୁର ଥାନାରେ ଏ ନେଇ ଏକ ମାମଲା ରୁଜୁ ସହ ଦୁଇଜଣ ସେବାୟତ ଋଷି ରଣା ଓ ରାଜେନ୍ଦ୍ର ରଣାକୁ ଅଟକ ରଖି ଜେରା କରାଯାଉଥିବା ନେଇ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe