କନକ ବ୍ୟୁରୋ: ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ରାଜ୍ୟ ଥମୁନି ରାଜନୀତି । ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପି ବିଧାୟକମାନେ ମୁହଁରେ କଳାପାଟି ବାନ୍ଧି ବିଧାନସଭାରେ ପ୍ରତିବାଦ କରିଛନ୍ତି । ସେହିଭଳି ଶାସକ ଦଳ ଗୃହରେ ବିରୋଧୀ ଦଳକୁ କହିବାର ସୁଯୋଗ ଦେଉନଥିବା ଅଭିଯୋଗ ଆଣି ସର୍ବଦଳୀୟ ବୈଠକରୁ ଦୂରେଇ ରହିଛନ୍ତି ବିଜେପି ବିଧାୟକ । ଏପଟେ ବିଜେଡି ବିଧାୟକ ଶଶିଭୂଷଣ କହିଲେ, ବିରୋଧୀଙ୍କର ପ୍ରତିବାଦ କରିବାର ଅଧିକାର ଅଛି ।
ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ଆଜି ବି ସରଗରମ ରହିଛି ରାଜନୀତି । ବିଧାନସଭା ଆରମ୍ଭ ହେବା ପୂର୍ବରୁ ଏହି ପ୍ରସଙ୍ଗରେ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ ବିଜେପି ବିଧାୟକ । ସ୍ମିତାରାଣୀ ମାମଲାରେ ମାଳ ମାଳ ପ୍ରଶ୍ନ ଉଠାଇଛି ବିଜେପି । ସିବିଆଇ ତଦନ୍ତ ନହେବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।
ସେପଟେ କଳାପଟି ବାନ୍ଧି ବିଧାନସଭାରେ ପହଁଚିଥିଲେ ବିଜେପି ବିଧାୟକ । ବେଶ କିଛି ସମୟ ଧରି ନିଜ ନିଜ ଆସନରେ ଛିଡ଼ା ହୋଇ ମୌନ ପ୍ରତିବାଦ କରିଥିଲେ ବିଜେପି ବିଧାୟକମାନେ । ଏପରିକି ପ୍ରଶ୍ନକାଳରେ କୌଣସି ବି ପ୍ରଶ୍ନ-ଉତ୍ତରରେ ସାମିଲ ମଧ୍ୟ ହୋଇନଥିଲେ ବିଧାୟକମାନେ । ତେବେ ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ଶେଷରେ ନିଜ ଆସନରେ ବସି କଳାପଟି ଖୋଲିଥିଲେ । ସେପଟେ ଗୃହକୁ ସ୍ୱାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ଡକାଇଥିଲେ ବାଚସ୍ପତି । କିନ୍ତୁ ଏହି ବୈଠକକୁ ବୟକଟ କରିଥିଲା ବିଜେପି ।
ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ତିନି ଦିନ ଧରି ବିଧାନସଭାରେ ଗୋଟିଏ ଜିଦରେ ଅଟଳ ରହିଛନ୍ତି ବିଜେପି ସଦସ୍ୟ । ତେବେ ନଜର ପକାନ୍ତୁ କ’ଣ ରହିଛି ବିଜେପିର ଦାବି?
• ୩୦୬ ବଦଳରେ ୩୦୨ ଦଫାରେ ମାମଲା ରୁଜୁ
• ସମିତି ସଭ୍ୟ, ଜିଳ୍ଲା ପରିଷଦ ସଦସ୍ୟ, ରାମକୋ ଅଧିକାରୀଙ୍କ ବିରୋଧରେ ମାମଲା
• ଯାଜପୁର ଏସପି ଓ ମହିଳା କମିସନରଙ୍କ ବହିଷ୍କାର
• ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ କରାଯାଉ
  
 Follow Us
                            
                        
                            
                            /kanak/media/post_attachments/wp-content/uploads/2019/11/SMITARANI-1-300x169.jpg)
/kanak/media/post_attachments/wp-content/uploads/2019/11/BJP-1-300x169.jpg)
/kanak/media/post_attachments/wp-content/uploads/2019/11/SMITARANI-300x169.jpg)
/kanak/media/post_attachments/wp-content/uploads/2019/11/vlcsnap-2019-11-15-19h24m14s600-300x220.png)
/kanak/media/post_attachments/wp-content/uploads/2019/11/vlcsnap-2019-11-15-19h24m17s842-300x220.png)
/kanak/media/post_attachments/wp-content/uploads/2019/11/vlcsnap-2019-11-15-19h24m34s162-300x220.png)