କନକ ବ୍ୟୁରୋ : ୟୁକ୍ରେନ ସଙ୍କଟକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମ୍ବୋଧନ । ସେ କହିଛନ୍ତି, ଆମେରିକା ୟୁକ୍ରେନ୍ ସହିତ ରହିଛି । ପୁଟିନ୍ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଭୁଲ ।  ୟୁକ୍ରେନକୁ ଦୁର୍ବଳ ଭାବୁଛନ୍ତି ଭ୍ଲାଦିମିର ପୁଟିନ୍ । ଋଷର ଏଭଳି ମନଇଚ୍ଛା କାମକୁ ଆଉ ବରଦାସ୍ତ କରାଯିବନି । ଆକ୍ରମଣ ପାଇଁ ପୁଟିନଙ୍କୁ ବହୁମୂଲ୍ୟ ଦେବାକୁ ପଡିବ ।

Advertisment

ସେପଟେ, ଋଷ ଉପରେ ଆର୍ଥିକ କଟକଣା ଲଗାଇଛି ଆମେରିକା । ଋଷର ଆର୍ଥିକ ସ୍ଥିତି ଭୁଶୁଡି ଯାଇଛି । ଆମେରିକା ଡଲାର ତୁଳନାରେ ରୁଷ ମୁଦ୍ରା “ରୁବେଲ”ର ମୂଲ୍ୟ ହ୍ରାସ ପାଇଛି । ଗୋଟିଏ ଆମେରିକୀୟ ଡଲାର ପାଇଁ ଏବେ ୧୧୭ “ରୁବେଲ” ଗଣିବାକୁ ପଡୁଛି । ସେପଟେ ରୁଷର ଲୋକେ ଅର୍ଥନୀତି ଭୁଶୁଡିଥିବା ଜାଣି ନଗଦ ଟଙ୍କା ଉଠାଇବାକୁ ବ୍ୟାଙ୍କ ଏଟିଏମ ଆଗରେ ଗହଳି କରୁଛନ୍ତି । ଋଷିଆ ବିମାନ ପାଇଁ ଏୟାରବେସ୍ ବନ୍ଦ କରାଯାଇଛି ।  ୟୁକ୍ରେନକୁ ୧ବିଲିୟନ୍ ଡଲାର ସହାୟତା ଦେବ ଆମେରିକା ।