ଓଡ଼ିଶାରେ ରୂପ ବଦଳାଉଛି କରୋନା । ବରିଷ୍ଠ ଡାକ୍ତର କହିଲେ, ଲକଡାଉନ୍, ସଟଡାଉନକୁ ଏଡାଇବା ପାଇଁ ନିୟମ ମାନିବା ନିହାତି ଦରକାର ।

514

କନକ ବ୍ୟୁରୋ : ଓଡ଼ିଶାରେ ରୂପ ବଦଳାଉଛି କରୋନା । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଗତ ୨୪ଘଣ୍ଟାରେ ୨୯୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ବରିଷ୍ଠ ଚିକିତ୍ସକ ଡାକ୍ତର ମନୋଜ ସାହୁ କହିଛନ୍ତି ଯେ, ଲକଡାଉନ ଓ ସଟଡାଉନକୁ ଏଡାଇବାକୁ ହେଲେ ସମସ୍ତଙ୍କୁ ନିୟମ ମାନିବା ନିହାତି ଦରକାର ।

ସଂକ୍ରମଣକୁ ରୋକିବା ପାଇଁ ହେଲେ ନିୟମ ମାନିବାକୁ ହେବ । ଏବଂ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ଆମ ହାତରେ ଥିବାରୁ ଏହା ମାନିବା ନିହାତି ଜରୁରୀ ବୋଲି କହିଛନ୍ତି ଡାକ୍ତର ମନୋଜ ସାହୁ । ତେବେ ଓଡ଼ିଶାରେ କରୋନା ରୂପ ବଦଳାଉଥିବା ମଧ୍ୟ ସେ ସୂଚନା ଦେଇଛନ୍ତି । ଏବଂ ଶିକ୍ଷାନୁଷ୍ଠାନ ଖୋଲିବା ପରେ ନିୟମ ପାଳନ ନହେବା ଯୋଗୁଁ କରୋନା ବଢୁଥିବା କହିଛନ୍ତି ।