କନକ ବ୍ୟୁରୋ : ଡେଲଟା ଭାରିଆଂଟ ପ୍ରକୋପ କମିନଥିବା ବେଳେ କରୋନାର ଏକ ରୂପାନ୍ତିରିତ ପ୍ରକାର- ଲାମ୍ବଡା ଏବେ ଭୟ ବଢ଼ାଇଲାଣି । ଏହି ଭୂତାଣୁର ପ୍ରଜାତି ୩୦ଟି ଦେଶରେ ଚିହ୍ନଟ ହେଲାଣି । ଏହାକୁ ଡେଲଟା ଭୂତାଣୁ ଠାରୁ ଅଧିକ ସଂକ୍ରାମକ ବୋଲି କୁହାଯାଉଛି । ଏହା ବିରୋଧାରେ ଆଂଟିବଡ଼ି କାମ କରୁ ନାହିଁ । ତେବେ ପେରୁରେ ଏହି ଭାରିଆଂଟର ଉତ୍ପତି ହୋଇଥିଲା । ମେ’ ଓ ଜୁନ ମାସରେ ଲାମ୍ବଡା ଭୂତାଣୁ ପେରୁରେ ୮୨ ପ୍ରତିଶତ ସଂକ୍ରମଣର କାରଣ ପାଲଟିଥିଲା ।
କରୋନା ଏହି ରୂପାନ୍ତିରତ ପ୍ରକାରକୁ ନେଇ ଭୟ ବଢ଼ୁଥିବା ବେଳେ ଆଶ୍ୱାସନା ଦେଇଛନ୍ତି ରାଜ୍ୟ ସରକାର । ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଭୂତାଣୁ ଏଭଳି ରୂପ ବଦଳାଇ ଥାଏ । ଏହାର ପ୍ରଭାବ କିଭଳି ରହିବ ନଜାଣି ଭୟଭୀତ ହେବାର ଆବଶ୍ୟକତା ନାହିଁ । କିଛି ଦିନ ତଳେ ଡେଲଟା ପ୍ଲସ ଭାରିଆଂଟକୁ ନେଇ ଏଭଳି ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ତାହାର ଚର୍ଚ୍ଚା ନାହିଁ ବୋଲି କହିଛନ୍ତି ଡିଏମଇଟି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/19-6.jpg)