ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ : ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

88

କନକ ବ୍ୟୁରୋ : ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ ଅବସରରେ ଟୁଇଟ୍ କରି ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିଷ୍ଠା ଦିବସ ଅବସରରେ ଦେଶର ସମସ୍ତ ବାୟୁବୀର , ତାଙ୍କ ପରିବାରକୁ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି । ସେହିପରି ପ୍ରଧାନମନ୍ତ୍ରୀ ମୋଦି ନିଜ ଟୁଇଟରେ ଉଲେଖ କରିଛନ୍ତି ବାୟୁସେନା ଦିବସ ଅବସରରେ ସମସ୍ତ ବୀର ଯୋଦ୍ଧାଙ୍କୁ ବହୁତ ବହୁତ ଶୁଭେଛା ।

ଆପଣମାନେ କେବଳ ଦେଶର ଆକାଶକୁ ସୁରକ୍ଷିତ ରଖୁନାହାନ୍ତି, ବିପଦ ସମୟରେ ମାନବ ସେବାରେ ଅଗ୍ରଣୀ ଭୂମିକା ନିଭାଉଛନ୍ତି । ଭାରତ ମାତାର ସୁରକ୍ଷା ପାଇଁ ଆପଣଙ୍କ ସାହସ, ଶୌର୍ଯ୍ୟ ଏବଂ ସମର୍ପଣ ପ୍ରତ୍ୟକଙ୍କ ପାଇଁ ପ୍ରେରଣା ଦାୟୀ ରହିବ । ବାୟୁସେନା ପ୍ରତିଷ୍ଠା ଦିବସ ଅବସରରେ ଏକ ଭିଡିଓ ଟୁଇଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ।