ବାରଣାସୀ ଦେଖିପାରେ ବଡ ଲଢେଇ : ମୋଦି-ବନାମ ପ୍ରିୟଙ୍କା ଲଢେଇ ନେଇ ଚର୍ଚ୍ଚା

231

କନକ ବ୍ୟୁରୋ : ବାରଣାସୀ ଦେଖିବ ବଡ ଲଢେଇ । ମୋଦି ବିରୋଧରେ ଠିଆ ହୋଇପାରନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ରାୟବରେଲି ଗସ୍ତ ସମୟରେ କାଯ୍ୟକର୍ତ୍ତାଙ୍କ ପ୍ରଶ୍ନରେ ମଜାରେ ଏମତି କହିବା ପରେ ଚର୍ଚ୍ଚା ଜୋର ଧରିଛି । ଅର୍ଥାତ ଏହାର କୌଣସି ଯଦି ଅର୍ଥ ବାହାର କରାଯାଏ ତା ହେଲେ ବାରଣାସୀରେ ନରେନ୍ଦ୍ର ମୋଦି ବନାମ ପ୍ରିୟଙ୍କାଙ୍କ ମଧ୍ୟରେ ବଡ ଲଢେଇ ହୋଇପାରେ । ଆଜିକାଲି ପ୍ରିୟଙ୍କା ଗାନ୍ଧୀ ପୂର୍ବ ୟୁପି ଗସ୍ତରେ ଅଛନ୍ତି । ବୁଧବାର ସେ ରାହୁଲ ଗାନ୍ଧୀଙ୍କ ନିର୍ବାଚନମଣ୍ଡଳୀ ଆମେଠି ଯାଇଥିଲେ । ଗତକାଲି ରାୟବରେଲି ଯାଇଥିଲେ । ଆଜି ପ୍ରିୟଙ୍କା ଅଯୋଧ୍ୟା ଗସ୍ତରେ ଯାଉଛନ୍ତି । ସବୁଠାରୁ ବଡ କଥା ହେଲା, ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢିବା ପ୍ରସଙ୍ଗରେ ୟୁପିର କୌଣସି ଆସନର ନାଁ ନେଇନାହାନ୍ତି , ବରଂ ବାରଣାସୀର ନାଁ ନେଇଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଗସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାରେ ପ୍ରଚାର ଆରମ୍ଭ କରିବେ । ଅବିଭକ୍ତ କୋରାପୁଟ ଜିଲ୍ଲାର ରାଜନୈତିକ ପ୍ରାଣକେନ୍ଦ୍ର ଜୟପୁରରୁ ଏହି ଅଭିଯାନ ଆରମ୍ଭ କରିବେ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉଭୟ ପୋଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜୟପୁରର ବାଙ୍କବିଜା ପଡିଆରେ ଆୟୋଜିତ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମୋଦି କୋରାପୁଟ ଓ ନବରଙ୍ଗପୁର ଲୋକସଭା ସମେତ ୧୪ ଟି ବିଧାନସଭା ଆସନର ବିଜେପି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ । ଆଜି ତେଲେଙ୍ଗାନା ମଧ୍ୟ ଗସ୍ତ କରିବେ ମୋଦି । ସେଠାରେ ମଧ୍ୟ ସେ ନିଜର ପ୍ରଚାର ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।