କନକ ବ୍ୟୁରୋ: ବିଜେପିର ନବନିଯୁକ୍ତ ସଭାପତି ମନମୋହନ ସାମଲଙ୍କୁ ବିଜେପି କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି । ସମ୍ବର୍ଦ୍ଧନା ପରେ ରାଜ୍ୟ ସରକାରଙ୍କ ଶାଣିତ ଢଙ୍ଗରେ ଟାର୍ଗେଟ କରିଛନ୍ତି ମନମୋହନ । ସେ କହିଛନ୍ତି ଗୋଟିଏ ଦିନ ଥିଲା ଯେତେବେଳେ ବିଜୁ ପଟ୍ଟନାୟକ ଦଳକୁ ସାଇନବୋର୍ଡ ଦଳ କହିଥିଲେ କିନ୍ତୁ ଆଜି ଦଳ ଦେଶରେ ଶାସନ କରୁଛି । ୧୯୯୦ ମସିହାରେ ଦଳ ପାଖରେ ମାତ୍ର ୧ ପ୍ରତିଶତର ଭୋଟ ଥିଲା ତାପରେ ୯୧ ମସିହାରେ ଏହା ୧୦ ପ୍ରତିଶତ ଭୋଟ ପାଇଥିଲା ଆଜି କିନ୍ତୁ ଦଳ ପାଖରେ ୩୮ ପ୍ରତିଶତ ଭୋଟ ରହିଛି । ଆମେ ଆଉ ପଛକୁ ଫେରିଦେଖିବୁ ନାହିଁ।
ଆମ ଦଳ ଆଗାମୀ ନିର୍ବାଚନ ଲଢିବ । ଏ ନିର୍ବାଚନ ଐତିହାସିକ ନିର୍ବାଚନ ହେବ । ଆମେ ଶପଥ ନେଇଛି ରାଜ୍ୟରୁ ଏ ସରକାରକୁ ହଟାଇବୁ । ଆମେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଲୋକଙ୍କ ପାଖକୁ ଯାଇ ତାଙ୍କ ସମସ୍ୟା ବାବଦରେ ପଚାରିବୁଝୁଛୁ । ଲୋକ ତାତିକି ଅଛନ୍ତି । ଆମ ଦଳ ମଧ୍ୟ ସଂଘର୍ଷ କରି ଏ ସ୍ଥାନରେ ପହଞ୍ଚିିଛି । ତେଣୁ ଲୋକଙ୍କ ସମର୍ଥନ ଆମକୁ ନିହାତି ମିଳିବ । ସରକାର ଗଠନ ପାଇଁ ସମସ୍ତଙ୍କୁ ମିଳିତ ଭାବେ କାମ କରିବାକୁ ପଡିବ ।
Follow Us