ମହାରାଷ୍ଟ୍ର ମହାଡ୍ରାମା: ପ୍ରଫୁଲ୍ଲ ପଟେଲଙ୍କ ଦାବି ଆମ ପାଖରେ ରହିଛି ୪୦ ବିଧାୟକଙ୍କ ସମର୍ଥନ

ମହାରାଷ୍ଟ୍ର ମହାଡ୍ରାମା: ପ୍ରଫୁଲ୍ଲ ପଟେଲଙ୍କ ଦାବି ଆମ ପାଖରେ ରହିଛି ୪୦ ବିଧାୟକଙ୍କ ସମର୍ଥନ

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଏବେ ମଧ୍ୟ ରାଜନୈତିକ ଡ୍ରାମା ଜାରି । ସାଂସଦ ପ୍ରଫୁଲ୍ଲ ପଟେଲ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଆମ ସହ ୪୦ ବିଧାୟକ ରହିଛନ୍ତି । ବହୁମତ ଆମ ସହ ଏବେ ବି ରହିଛି ।

ଗତ ରବିବାର ଅଜିତ ପାୱାର ୮ ବିଧାୟକଙ୍କ ସହ ସିନ୍ଦେ ସରକାରରେ ସାମିଲ ହୋଇଥିଲେ । ଏକ ଘଣ୍ଟା ମଧ୍ୟରେ ସେ ବିରୋଧୀ ଦଳ ନେତାରୁ ଉପମୁଖ୍ୟମନ୍ତ୍ରୀ ହୋଇଯାଇଥିଲେ । ପ୍ରଫୁଲ ପଟେଲ ମଧ୍ୟ ତାଙ୍କ ସହ ରାଜଭବନରେ ଉପସ୍ଥିତ ଥିଲେ । ବାରମ୍ବାର ପ୍ରଫୁଲ୍ଲ ପଟେଲ ଦାବି କରିଆସୁଛନ୍ତି ଯେ ତାଙ୍କ ପାଖରେ ପୂର୍ଣ୍ଣ ବିଧାୟକଙ୍କ ସମର୍ଥନ ରହିଛି ।
ମଙ୍ଗଳବାର ରାଜ୍ୟ କ୍ୟାବିନେଟର ବୈଠକ ଜାରି ରହିଛି । ବୈଠକ ପରେ ମନ୍ତ୍ରୀ ମାନଙ୍କ ମଧ୍ୟରେ ବିଭାଗର ବଣ୍ଟନ କରାଯାଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe