କନକ ବ୍ୟୁରୋ: ଏସିଆ କପ ପୂର୍ବରୁ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱକାର ୟୁନିସ୍ ରୋହିତବାହିନୀଙ୍କୁ ଚେତାବନୀ ଦେଇଛନ୍ତି । ୱାକାର କହିଛନ୍ତି ନୂଆ ପାକିସ୍ତାନ ଟିମ୍ ଅନ୍ୟ ଟିମ୍ ମାନଙ୍କ ତୁଳନାରେ ବଡ ବଡ ମ୍ୟାଚରେ ଚାପ ନିୟନ୍ତ୍ରଣ କରିବାରେ ମାହିର ଅଛନ୍ତି । ପାକିସ୍ତାନ ୨୦୨୧ ମସିହା ଟି-୨୦ ବିଶ୍ୱକପରେ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିଲା । ବିଶ୍ୱକପରେ ଭାରତର ୧୨ଟି ବିଜୟର ରେକର୍ଡରେ ବ୍ରେକ୍ ଲଗାଇଥିଲା ପାକିସ୍ତାନ । ୱକାରଙ୍କ କହିବା କଥା ଯେ ପାକିସ୍ତାନ ଦଳ ଚଳିତ ଥର ଭାରତକୁ ହରାଇପାରିବ । କାରଣ ଦଳ ପାଖରେ ଭାରତ ତୁଳନା ଅଧିକ ମ୍ୟାଚ ୱିନର ରହିଛନ୍ତି ।

Advertisment

ୱକାର ୟୁନିସଙ୍କ ଅନୁସାରେ ଆଇସିସି ପ୍ରତିଯୋଗିତାରେ ଭାରତ ମୁକାବିଲାରେ ଚାପ ନିୟନ୍ତ୍ରଣ ପାକିସ୍ତାନୀ ଖେଳାଳିଙ୍କ ବର୍ତ୍ତମାନର ପିଢି ବେଶ ସକ୍ରିୟ ଅଛନ୍ତି । କ୍ରିକେଟ ପାକିସ୍ତାନ ସହ କଥାବାର୍ତା ବେଳେ ସେ କହିଛନ୍ତି ଆମ ସମୟରେ ମ୍ୟାଚ ବେଳର ଚାପ ଏତେ ବଡ ଚିନ୍ତାର ବିଷୟ ନଥିଲା । ଏବେ ତାହା ଅଧିକ ରହିଛି । ଆପଣ ଯଦି କୌଣସି ଟିମ ବିରୋଧରେ କମ ମ୍ୟାଚ ଖେଳିବେ, ବିଶେଷ କରି ଭାରତ ପାକିସ୍ତାନ ମଧ୍ୟରେ ବଡ ମ୍ୟାଚରେ ଚାପ ତିନିଗୁଣା ବଢିଯାଇଥାଏ । ଆମ ସମୟରେ ତୁଳନାତ୍ମକ ଭାବେ ଚାପ କମ ଥିଲା କାରଣ ଆମେ ସେତେବେଳେ ଅଧିକ ମ୍ୟାଚ ଖେଳୁଥିଲୁ । ତେବେ ବିଶ୍ୱକପରେ ଆମେ ଭାରତ ବିରୋଧରେ ପରାସ୍ତ ହେଉଥିଲୁ । ଆଜିକାଲିର ଖେଳାଳିମାନେ ଚାପକୁ ବେଶ ଭଲ ଭାବେ ସମ୍ଭାଳିପାରୁଛନ୍ତି । ଏମାନେ ଆମ ପାଇଁ ସବୁବେଳେ ମ୍ୟାଚ ଓି୍ୱନର ଯେଉଁକଥା ମୁଁ ଆପଣଙ୍କୁ ପୂର୍ବରୁ କହିଆସୁଛି ।

ୱକାର ୟୁନିସ ଆଗକୁ ଆହୁରି ମଧ୍ୟ କହିଛନ୍ତି, ପାକିସ୍ତାନ ଟିମ୍ ପାଖରେ ଅନେକ ମ୍ୟାଚ ଓି୍ୱନର ଖେଳାଳି ଅଛନ୍ତି । ଏମାନେ ହେଉଛନ୍ତି ବାବର ଆଜମ, ସାହିନ ଆଫ୍ରିଦି ଏବଂ ଫକର ଜମାନ୍ । ଏମାନେ ସମସ୍ତେ ନିଜ ଦମରେ ମ୍ୟାଚକୁ ଜିତାଇନେଇପାରିବେ । ଭାରତ ବିରୋଧରେ ମଧ୍ୟ ଏମାନଙ୍କ ରେକର୍ଡ ବହୁତ ଭଲ । ସାହିନ-ଫକର ଚମକ୍ରାର କରିପାରନ୍ତି । ଏହା ବାଦ ଇମାମଙ୍କୁ ବି ଭଲ ଖେଳୁଥିବା ଦେଖୁଛେ । ଟିମକୁ ନିଜର ନିଜର ପ୍ରସ୍ତୁତିକୁ ଆହୁରି ଭଲ କରିବାକୁ ପଡିବ ଏବଂ ଚାପକୁ ନିୟନ୍ତ୍ରଣ କରିବାରେ ଆହୁରି ଦକ୍ଷ ହେବାକୁ ପଡିବ । ଆଗାମୀ ଦିନରେ ଏସିଆ କପ ଅନୁଷ୍ଠିତ ହେବାକୁ ଯାଉଛି । ଭାରତ ପାକିସ୍ତାନ ମଧ୍ୟରେ ଏଠାରେ ଜୋରଦାର ଲଢେଇ ମଧ୍ୟ ଦେଖିବାକୁ ମିଳିବ ।