ବାତ୍ୟା ପରେ ପେଟ୍ରୋଲ ଡିଜେଲ ସମସ୍ୟା ଦୂର କରିବାକୁ ବୁଲୁଛି ଭ୍ରାମ୍ୟମାଣ ପେଟ୍ରୋଲ ଭ୍ୟାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା, ମହଜୁଦ୍ ଅଛି ପର୍ଯ୍ୟାପ୍ତ ପରିମାଣର କିରୋସିନ

ବାତ୍ୟାକୁ ନେଇ ପେଟ୍ରୋଲମନ୍ତ୍ରୀ କଲେ ସମୀକ୍ଷା !

133

କନକ ବ୍ୟୁରୋ : ବାତ୍ୟା ଫୋନି ପ୍ରଭାବିତ ଜିଲ୍ଲାଗୁଡିକରେ ପେଟ୍ରୋଲ ଓ ଡିଜେଲ ମହଜୁଦ ନେଇ ସମୀକ୍ଷା କରିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ୨ଶହ ୩୪ଟି ପେଟ୍ରୋଲ ପମ୍ପ ରହିଛି । ଏହା ମଧ୍ୟରୁ ବର୍ତମାନ ସୁଦ୍ଧା ୨ଶହ ୩୨ଟି କାର୍ଯ୍ୟକ୍ଷମ ହୋଇସାରିଛି ଓ ବାକି ଦୁଇଟି ଆସନ୍ତାକାଲି ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ସେ ସୂଚନା ଦେଇଛନ୍ତି । ଏହାବାଦ୍ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ୮ଟି ଭ୍ରାମ୍ୟମାଣ ପେଟ୍ରୋଲ ଓ ଡିଜେଲ ଭ୍ୟାନ ବିଭିନ୍ନ ସ୍ଥାନରେ ବୁଲୁଛି ।

୫ଶହ ଲିଟର କ୍ଷମତ ସଂପନ୍ନ ପ୍ରତ୍ୟେକ ଭ୍ୟାନ୍ ତିନିଟି ସର୍ବାଧିକ ବାତ୍ୟା ପ୍ରଭାବିତ ଜିଲ୍ଲାରେ ରହିଛି । ସେହିପରି ପ ର୍ଯ୍ୟାପ୍ତ ପରିମାଣର କିରୋସିନ ମହଜୁଦ ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ରାଜ୍ୟ ସରକାର ଚାହିଁଲେ କିରୋସିନ୍ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ଏହାବାଦ୍ ପୁରୀ ଶ୍ରୀମନ୍ଦିର ପାଇଁ ଆଇଓସିଏଲ ୫ କୋଟି ଟଙ୍କା ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ବିଭାଗୀୟ ମନ୍ତ୍ରୀ ।