ରାଜ୍ୟ ସରକାରଙ୍କ ନିୟମ ପରେ ବି ଗଡିଲାନି ଘରୋଇ ବସ୍: ପରିବହନ ମନ୍ତ୍ରୀ କହିଲେ ଘରୋଇ ବସ୍ ମାଲିକ ସଂଘର ଦାବି ଉପରେ ରହିଛି ନଜର, ରୋଡ୍ ଟାକ୍ସ ଛାଡ ପାଇଁ ଚାଲିଛି ବିଚାରବିମର୍ଷ

405

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ନିୟମ ପରେ ବି ଗଡିଲାନି ଘରୋଇ ବସ୍ । ରୋଡ୍ ଟାକ୍ସ ଛାଡ ଓ ଅନ୍ୟ ଦାବିରେ ଅଟଳ ରହିଛନ୍ତି ଘରୋଇ ବସ୍ ମାଲିକ ସଂଘ । ସରକାରଙ୍କ ନିଷ୍ପତି ପରେ ରାଜ୍ୟରେ ବିଭିନ୍ନ ସିଟି ବସ୍ ଓ ଅଟୋ ରିକ୍ସା ସ୍ୱାଭାବିକ ହୋଇଥିବା ବେଳେ ଆଜି କିନ୍ତ ୁଘରୋଇ ବସ୍ ଗଡିନାହିଁ । ତେବେ ତାଲାବନ୍ଦ କାରଣରୁ ବସ୍ କର୍ମଚାରୀ ଅନୁପସ୍ଥିତ ଥିବା ଯୁକ୍ତି ଦର୍ଶାଇଛନ୍ତି ବସ୍ ମାଲିକ । ଅନ୍ୟପଟେ ମାତ୍ର ୫ ଦିନ ବସ୍ ଚଳାଇ ମାସକର ରୋଡ୍ ଟ୍ୟାକ୍ସ କିପରି ଭରିବେ ବୋଲି ମଧ୍ୟ ଯୁକ୍ତି ଦର୍ଶାଇ ଛନ୍ତି ।

ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । କହିଛନ୍ତି ସରକାର ରୋଡ୍ ଟ୍ୟାକ୍ସ ଛାଡ ନେଇ କରୁଛନ୍ତି ବିଚାରବିମର୍ଷ । ବସ୍ ଚଳାଚଳ କଲେ ବସଷ୍ଟାଣ୍ଡ ଓ ବସ୍ ସାନିଟାଇଜ କରାଯିବ । ଘରୋଇ ବସ୍ ମାଲିକ ସଂଘର ସମସ୍ତ ଦାବି ପ୍ରତି ସରକାର ନଜର ରଖିଥିବା ସେ କହିଛନ୍ତି । ତାଲାବନ୍ଦ କାରଣରୁ ପ୍ରାୟ ୩ ମାସ ହେବ ବସ୍ ଚଳାଚଳ ବନ୍ଦ ଥିବାରୁ ସମସ୍ୟାର ଶିକାର ହୋଇଛନ୍ତି ସାଧାରଣ ଯାତ୍ରୀ ।