୨୦୨୯ ସୁଦ୍ଧା ଭାରତ ତୃତୀୟ ଶ୍ରେଷ୍ଠ ଅର୍ଥବ୍ୟବସ୍ଥା! ବ୍ରିଟେନ ପରେ ଏହି ଦେଶକୁ ମାତ୍ ଦେବାର ରହିଛି ଯୋଜନା ...

Advertisment
୨୦୨୯ ସୁଦ୍ଧା ଭାରତ ତୃତୀୟ ଶ୍ରେଷ୍ଠ ଅର୍ଥବ୍ୟବସ୍ଥା! ବ୍ରିଟେନ ପରେ ଏହି ଦେଶକୁ ମାତ୍ ଦେବାର ରହିଛି ଯୋଜନା ...

କନକ ବ୍ୟୁରୋ: ଭାରତ, ୟୁନାଇଟେଡ୍ କିଙ୍ଗଡମ୍ ବା ୟୁକେକୁ ପଛରେ ପକାଇ ବିଶ୍ୱର ପଞ୍ଚମ ଶ୍ରେଷ୍ଠ ଅର୍ଥବ୍ୟବସ୍ଥା ପାଲଟିଛି । ଭାରତର ଅର୍ଥବ୍ୟବସ୍ଥା ବର୍ତ୍ତମାନ ୩.୫ ଲକ୍ଷ ଡଲାରର ହୋଇସାରିଛି । ବ୍ରିଟେନର ବର୍ତ୍ତମାନର ଅର୍ଥବ୍ୟବସ୍ଥା ୩.୨ ଲକ୍ଷ ଡଲାର ଥିବା ବେଳେ ଭାରତ ଏହାକୁ ଅତିକ୍ରମ କରିଛି । ଏହାକୁ ନେଇ ବିଭିନ୍ନ ଆଡୁ ଦେଶକୁ ଶୁଭେଚ୍ଛା ମିଳିବାରେ ଲାଗିଛି । ଦେଶର ଶୀର୍ଷ ବ୍ୟାଙ୍କର ଉଦୟ କୋଟକ ଭାରତର ପିଠି ଥାପୁଡେଇଥିବା ବେଳେ ଗୋଟିଏ ସତ ଆଡକୁ ମଧ୍ୟ ଧ୍ୟାନ ଟାଣିଛନ୍ତି ।

ଉଦୟ କୋଟକ ଶନିବାର ଟ୍ୱିଟ କରି ଲେଖିଛନ୍ତି, ‘ଦୁନିଆର ସବୁଠାରୁ ବଡ ଅର୍ଥବ୍ୟବସ୍ଥା ତାଲିକାରେ ଭାରତ ୫ମ ସ୍ଥାନରେ ପହଞ୍ଚିବା ତଥା ଆମର ଔପନିବେଶକ ଶାସକକୁ ପଛରେ ପକାଇବା ଗର୍ବର କଥା । ଭାରତର ୩.୫ ଲକ୍ଷ କୋଟି ଡଲାର ବନାମ ୟୁକେର ୩.୨ ଲକ୍ଷ ଡଲାର । ତେବେ ଜନସଂଖ୍ୟା ତୁଳନାରେ ଭାରତ ୧୪୦ ଅରବ ବନାମ ୟୁକେ ୬.୮ କୋଟି । ଆମର ପ୍ରତି ବ୍ୟକ୍ତିଙ୍କ ଜିଡିପି ୨.୫୦୦ ଡଲାର, ୟୁକେର ପ୍ରତି ବ୍ୟକ୍ତି ଜିଡିପି ୪୭,୦୦୦ ଡଲାର । ଆମକୁ ବହୁତ ଲମ୍ବା ରାସ୍ତା ଅତିକ୍ରମ କରିବାକୁ ପଡିବ, ଏଥିପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡିବ’

ଭାରତ ଚଳିତ ସପ୍ତାହରେ ୟୁକେକୁ ପଛରେ ପକାଇ ବିଶ୍ୱର ପଞ୍ଚମ ଶ୍ରେଷ୍ଠ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଥିଲା । ବର୍ତ୍ତମାନଠାରୁ ଦଶ ବର୍ଷ ତଳକୁ ଯଦି ଫେରି ଦେଖିବା ଭାରତ ବିଶ୍ୱର ୧୧ ତମ ଅର୍ଥବ୍ୟବସ୍ଥା ଥିଲା । ସେତେବେଳେ ମଧ୍ୟ ୟୁକେ ୫ମ ସ୍ଥାନରେ ଥିଲା । ଭାରତୀୟ ଅର୍ଥବ୍ୟବସ୍ଥା ଅନେକ ସମୟ ଧରି ୟୁକେର ଅର୍ଥବ୍ୟବସ୍ଥା ସହ ତାଳଦେଇଚାଲୁଥିଲା । ଅପ୍ରେଲ-ଜୁନ ମାସରେ ରେକର୍ଡ ବିସ୍ତାର କାରଣରୁ ଦେଶର ଅର୍ଥନୀତି ୟୁକେ ପଛକୁ ଷଷ୍ଠ ସ୍ଥାନରେ ପହଞ୍ଚିଥିଲା । ବ୍ଲୁମବର୍ଗ ଆଇଏମଏଫର ଡାଟାବେସ ଏବଂ ଐତିହାସିକ ଏକ୍ସଚେଞ୍ଜ ହାର ଆଧାରରେ ଡାଟା ପ୍ରସ୍ତୁତ କରିଥିଲା ଯେଉଁଥିରେ ୟୁକେକୁ ଭାରତ ପଛରେ ପକାଇଦେଇଥିଲା ।

ସେହିଭଳି ଏସବିଆଇର ଅର୍ଥଶାସ୍ତ୍ରୀ କହିଛନ୍ତି ଭାରତ ଗତବର୍ଷ ଡିସେମ୍ବରରେ ହିଁ ୟୁକେକୁ ପଛରେ ପକାଇଦେଇଥିଲା । ବର୍ତ୍ତମାନ ଏହା ବିଶ୍ୱର ୫ମ ଶ୍ରେଷ୍ଠ ଅର୍ଥବ୍ୟବସ୍ଥା, ଏହା ବର୍ତ୍ତମାନ ହୋଇନାହିଁ । ନିକଟରେ ଏସବିଆଇର ଆଉ ଗୋଟିଏ ରିପୋର୍ଟରେ କୁହାଯାଇଛି ଭାରତ ୨୦୨୭ ସୁଦ୍ଧା ଜର୍ମାନୀ ଏବଂ ୨୦୨୯ ସୁଦ୍ଧା ଜାପାନକୁ ପଛରେ ପକାଇ ତୃତୀୟ ଶ୍ରେଷ୍ଠ ଅର୍ଥବ୍ୟବସ୍ଥାରେ ପରିଣତ ହେବ । ଭାରତ ବର୍ତ୍ତମାନ ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ଆଗକୁ ବଢିବାରେ ଲାଗିଛି ।

ଭାରତ ଦ୍ୱାରା ୟୁକେର ସ୍ଥାନ ନେବା ପରେ ବର୍ତ୍ତମାନ ୫ ସର୍ବଶ୍ରେଷ୍ଠ ଅର୍ଥବ୍ୟବସ୍ଥାର ତାଲିକା କିଛି ଏହିଭଳି ରହିଛି । ଆମେରିକା (୨୩ ଲକ୍ଷ କୋଟି ଡଲାର), ଚୀନ(୧୪.୭୨ ଲକ୍ଷ କୋଟି ଡଲାର), ଜାପାନ(୫.୦୬ ଲକ୍ଷ କୋଟି ଡଲାର) ଜର୍ମାନୀ (୩.୮୫ ଲକ୍ଷ କୋଟି ଡଲାର) ଏବଂ ଭାରତ(୩.୫ ଲକ୍ଷ କୋଟି ଡଲାର) ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe