ଆମ ନିକଟରେ ବହୁମତ ଅଛି । ସରକାରକୁ ନେଇ ଚିନ୍ତା କରିବା ଆବଶ୍ୟକତା ହିଁ ନାହିଁ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

258

କନକ ବ୍ୟୁରୋ : ମଧ୍ୟ ପ୍ରଦେଶରେ ଦେଖାଦେଇଥିବା ସଂକଟକୁ ଏଡାଇବା ପାଇଁ କଂଗ୍ରେସ ବିଧାୟକ ଦଳ ବୈଠକ ଡାକିଥିଲେ ମୁଖ୍ୟମନ୍ତ୍ରୀ କମଲନାଥ । ଏବଂ ବୈଠକ ପରେ କହିଛନ୍ତି ତାଙ୍କ ନିକଟରେ ବହୁମତ ରହିଛି । ତେଣୁ ସରକାରକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ । ସେ ଠିକ୍ ସମୟରେ ଏହାର ପ୍ରମାଣ ଦେବେ । ତେବେ କମଳନାଥ ଡାକିଥିବା ବୈଠକରେ ୨୬ ଜଣ ବିଧାୟକ ଅନୁପସ୍ଥିତ ଥିବା ସୂଚନା ମିଳିଛି ।

ଅର୍ଥାତ କଂଗ୍ରେସ ବୈଠକରେ ଯୋଗ ଦେଇଥିଲେ ମାତ୍ର ୮୮ ବିଧାୟକ । ଅନ୍ୟପଟେ ଦଳରୁ ଇସ୍ତଫା ଦେଇଥିବା ୧୯ ବିଧାୟକଙ୍କୁ ଭେଟିବାକୁ ବେଙ୍ଗାଲୁର ଯାଇଛନ୍ତି ମଧ୍ୟପ୍ରଦେଶ କଂଗ୍ରେସର ଦୁଇ ବରିଷ୍ଠ ନେତା ସଜ୍ଜନ ସିଂ ବର୍ମା ଓ ଗୋବିନ୍ଦ ସିଂ । ସେମାନେ ଏହି ବିଦ୍ରୋହୀ ନେତାମାନଙ୍କୁ ଦଳକୁ ଫେରିବା ପାଇଁ ପୁଣି ମନାଇବାକୁ ଚେଷ୍ଟା କରିବେ ।