କନକ ବ୍ୟୁରୋ: ପଞ୍ଚାୟତ ଫଳାଫଳ ନେଇ ବିଶ୍ୱେଶ୍ୱର ଟୁଡୁଙ୍କ ବୟାନ । କହିଲେ, ମୟୂରଭଞ୍ଜରେ ବିଜେପି ବିଫଳତାର ୨ରପ ୩ଟି କାରଣ ରହିଛି । ବୁଥ ରିଗିଂ ଭଳି ଘଟଣାକୁ ମଧ୍ୟ ଏଡାଇ ଦେଇହେବନି । ପ୍ରିଜାଇଡିଂ ଅଫିସର ସଠିକ ହିସାବ ନଦେବା ଖବର ମଧ୍ୟ ଅଛି । ‘ଡାଲ ମେଁ କୁଛ କାଲା’ ଭଳି କଥା ରହିଛି । ଏସଏଚଜି ଗ୍ରୁପ ଜରିଆରେ ଟଙ୍କା ଦେବା ଏକ କାରଣ ହୋଇପାରେ ।
ସେ ଆହୁରି ମଧ୍ୟ କହିଛନ୍ତି କି ମତେ ନେଇ ବିବାଦ ହେବା ସାଧାରଣ କଥା । ଓଡିଶାରେ କେହି କିଛି କହୁନଥିଲେ ମୁଁ ମୁହଁ ଖୋଲି କହିଲି । ୨୨ ବର୍ଷ ଧରି ରାଜ୍ୟରେ ଲୁଟ ଚାଲିଛି । କଳାବଜାର କରି ନିର୍ବାଚନ ଜିତିବାକୁ ଚାହିଁନାହୁଁ । ନିର୍ବାଚନ ପୂର୍ବଦିନ ଟଙ୍କା ବଣ୍ଟା ଯିବା କଣ ବୁଝାଉଛି? ବିଜେଡିର ଏଭଳି ନିମ୍ନସ୍ତରର ରାଜନୀତି ପାଇଁ ଆମେ ବିଫଳ । ଟଙ୍କା ବାଣ୍ଟିଲା ବେଳେ ପୋଲିସକୁ ଡାକିଲେ ବି ଶୁଣିଲାନି ।
ଚାଲିଛି ପଞ୍ଚାୟତ ନିର୍ବାଚନ ଭୋଟ ଗଣତି । ଏଥର ପଞ୍ଚାୟତ ଭୋଟରେ ବିଜେଡି ଭଲ ପ୍ରଦର୍ଶନ କରିଛି । ହେଲେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ କର୍ମୀଙ୍କୁ ନିରାଶ କରିଛି । ଟ୍ରେଣ୍ଡିଂ ଅନୁସାରେ ବିଜେପି ଏଥର କଂଗ୍ରେସ ସହ ସମାନ ସ୍ଥିତିରେ ଚାଲିଛି । ହେଲେ ବିଜେଡି ଏହି ଦୁଇ ଦଳଙ୍କୁ ପଛରେ ପକାଇ ବହୁ ଆଗରେ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/02/3-47.jpg)