କନକ ବ୍ୟୁରୋ : ଅସଦୁଦ୍ଦିନ ଓୱେସୀଙ୍କ ପାର୍ଟି ଏଆଇଏମଆଇଏମର ଉତ୍ତର ପ୍ରଦେଶ ଅଧ୍ୟକ୍ଷ ଶୌକତ ଅଲ୍ଲୀଙ୍କ ବିବାଦୀୟ ବୟାନ ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏକ ସଭାକୁ ସମ୍ବୋଧିତ କରିବା ବେଳେ କହିଛନ୍ତି କି ଲୋକେ ମୋତେ ପଚାରୁଛନ୍ତି ମୁଁ କାହିଁକି ୩ ଟି ବିବାହ କରିଛି । ହେଲେ ଯଦି ମୁଁ ୩ ଟି ବିବାହ କରିଛି ତେବେ ଜାଣନ୍ତୁ ମୁଁ ୩ ଜଣ ମହିଳାଙ୍କୁ ସମ୍ମାନ ଦେଉଛି ବୋଲି ଶୌକତ କହିଛନ୍ତି ।
ହେଲେ ଅନ୍ୟ ଧର୍ମକୁ ଟାର୍ଗେଟ କରି ଶୌକତ କହିଛନ୍ତି କି ତୁମେମାନେ ଗୋଟିଏ ବିବାହ କରି ଅନ୍ୟ କିଛି ମହିଳାଙ୍କ ସହ ସଂପର୍କ ରଖୁଛ । ଫଳରେ ନା ତୁମେ ପତ୍ନୀଙ୍କୁ ସମ୍ମାନ ଦେଉଛ ନା ଅନ୍ୟ ମହିଳାମାନଙ୍କୁ ସମ୍ମାନ ଦେଉଛ । ସେ ଆହୁରି କହିଛନ୍ତି କି ମୁଁ ମୋର ୩ ଜଣ ପତ୍ନୀଙ୍କୁ ସମ୍ମାନ ଦେବା ସହ ରାସନ କାର୍ଡରେ ମୋର ସମସ୍ତ ପିଲାଙ୍କ ନାମ ଦାଖଲ କରିଛି ।
କେବଳ ସେତିକି ନୁହେଁ ଶୌକତ ଅଲ୍ଲି ବି ହିଜାବ ବିବାଦକୁ ନେଇ ନିଜର ମତ ଦେଇଛନ୍ତି । ସେ କହିଛନ୍ତି କି ଦେଶରେ କିଏ କଣ ପିନ୍ଧିବ ତାହା ସମ୍ବିଧାନ ନିର୍ଣ୍ଣୟ କରିବ, ହେଲେ ଏବେ ଏହାକୁ ହିନ୍ଦୁ ଧର୍ମାବଲମ୍ବୀମାନେ ନିର୍ଣ୍ଣୟ କରୁଛନ୍ତି । ବିଜେପିକୁ ଟାର୍ଗେଟ କରି ଶୌକତ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏଭଳି ପ୍ରସଙ୍ଗ ଉଠାଇ ଦେଶକୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/2-26.jpg)