କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା : ରାଜ୍ୟରେ ନିୟନ୍ତ୍ରଣାଧୀନ ଅଛି ଦୈନିକ ସଂକ୍ରମଣ; ଅନ୍ୟ ରାଜ୍ୟ ଭଳି ଭୟଙ୍କର ସ୍ଥିତିକୁ ଯାଇନି ଓଡିଶା

132

କନକ ବ୍ୟୁରୋ : ରାଜ୍ୟରେ କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ରାଜ୍ୟରେ ଆଇସିୟୁ ବେଡ ବଢ଼ାଇବା ପାଇଁ ଚେଷ୍ଟା ଚାଲିଛି । ଯେଉଁଠି ପ୍ରାଇଭେଟ ସେକ୍ଟର ଆଇସିୟୁ ଅଛି ତାକୁ ବ୍ୟବହାର କରାଯାଇଛି । ଗ୍ୟାସ ମ୍ୟାନୁପଲ ସିଷ୍ଟମ ଲାଗି ଆଇସିୟୁ ବେଡ ବଢ଼ାଇବା ସମୟ ସାପେକ୍ଷ । ସେଥିପାଇଁ ଆଇସିୟୁ ଜାଗାରେ ଏଚଡିୟୁ ବେଡ ବଢ଼ାଇବା ପାଇଁ ଚେଷ୍ଟା କରୁଛୁ ।

ସେହିପରି ଅକ୍ସିଜେନ ବେଡ ବଢ଼ାଇବା ପାଇଁ ଚେଷ୍ଟା ଜାରି ରହିଛି । ସଂକ୍ରମଣ ଯେଉଁଭଳି ବଢ଼ୁଥିଲା ଏବଂ ଯାହା ପ୍ରେଡିକିସନ ଥିଲା ଆମେ ତାହା ଠୁ ବହୁତ ତଳେ ଏବେ ଅଛେ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର । ଲୋକ ହିସାବ କରିଥିଲେ ଆମର ଦେଢ଼ ଲକ୍ଷ ପାଖାପାଖି ଆକ୍ଟିଭ କେସ ଆସିବ ବୋଲି ହେଲେ ବର୍ତମାନ ଆମେ ଲକ୍ଷେ ତଳେ ରହିଛୁ । ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟ ଭୟଙ୍କର ସ୍ଥିତିକୁ ଯାଇନି ।

ଯାହା ଯାହା ସରକାର ପଦକ୍ଷେପ ନେଇଛନ୍ତି ଏବଂ ଯେଉଁ ଷ୍ଟ୍ରାଟେଜିରେ କାର୍ଯ୍ୟ ଚାଲିଛି ସେଥିରୁ କିଛି ପରିମାଣରେ ଫଳ ମିଳୁଥିବାର ଜଣାପଡ଼ୁଛି । ତଥାପି ଆମକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ । ଟେଷ୍ଟିଂକୁ ଆମେ ବଢ଼ାଉଛୁ । ଗତକାଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ଆରଟିପିସିଆର ଟେଷ୍ଟ ଲାବ୍ରୋଟୋରି ପ୍ରସ୍ତୁତ କରାଯିବ । ତେଣୁ ଟେଷ୍ଟିଂ କାପାସିଟି ବଢାଯାଉଥିବା କହିଛନ୍ତି ।