ମେଣ୍ଟରୁ ବାହାରି ଯିବ କି ଶିବସେନା ? ସଂଜୟ ରାୱତଙ୍କ ଟ୍ୱିଟ ପରେ ବଢିଲା ଆକଳନ

317

କନକ ବ୍ୟୁରୋ : ମହାରାଷ୍ଟ୍ର ମହାନାଟକ ଏବେ ସମସ୍ତଙ୍କ ପାଇଁ ଅଛିଡା ଅଙ୍କ ପାଲଟି ଯାଇଛି । ସବୁଠାରୁ ଅଧିକ ଅଡୁଆରେ ପଡିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଅବଶ୍ୟ ମହାବିକାଶ ଅଗାଡିରେ ସହଯୋଗୀ ଥିବା କଂଗ୍ରେସ ଓ ଏନସିପି ତରଫରୁ ସରକାରଙ୍କ ପ୍ରତି କୌଣସି ବିପଦ ନଥିଲେ ବି ବିଦ୍ରୋହୀ ବିଧାୟକ ସିନ୍ଦେଙ୍କ ସନ୍ଧିରେ ଛନ୍ଦି ହୋଇପଡିଲେଣି ଉଦ୍ଧବ ଠାକରେ । ହେଲେ କରିବେ କଣ, ସିନ୍ଦେଙ୍କ ପ୍ରସ୍ତାବରେ ରାଜି ହେଲେ ତାଙ୍କ କଂଗ୍ରେସ ଓ ଏନସିପିର ହାତ ଛାଡିବାକୁ ପଡିବ । ସେପଟେ ମେଣ୍ଟରୁ ବାହାରିଗଲେ ଶିବସେନା ଏକାକି ସରକାର ଗଠନ କରିବାକୁ ନିଜ ପାଖରେ ବହୁମତ ନାହିଁ । ସେପଟେ ଯଦି ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦିଅନ୍ତି ତେବେ କଂଗ୍ରେସ ଓ ଏନସିପି ଏଥିରେ ସହମତ ହେବେ ନାହିଁ ।

ଏସବୁ ଭିତରେ ଏବେ ବି ଉଦ୍ଧବଙ୍କୁ ସମର୍ଥନ କରୁଥିବା ଶିବସେନା ବିଧାୟକମାନେ ଦଳ ପ୍ରମୁଖ ସଞ୍ଜୟ ରାୱତଙ୍କୁ ଭେଟି ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହାକୁ ଦଳ ଯଦି ସ୍ୱିକାର କରେ ତେବେ ମହାବିକାଶ ଅଗାଡିରୁ ଶିବସେନା ବାହାରିଯିବା ନିଶ୍ଚିନ୍ତ ।

 

ମୁମ୍ବାଇରେ ସଂଜୟ ରାୱତଙ୍କୁ ଭେଟି ସମର୍ଥିତ ବିଧାୟକମାନେ ଶିବସେନାକୁ ମହାବିକାଶ ଅଗାଡିରୁ ବାହାରିଯିବାକୁ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ ଉପରେ ସଂଜୟ ରାୱତ କହିଛନ୍ତି କି ଆମେ ମହାବିକାଶ ଅଗାଡିରୁ ବାହାରିଯିବାକୁ ପ୍ରସ୍ତୁତ ଅଛୁ । ହେଲେ ସିନ୍ଦେଙ୍କ ସମର୍ଥନରେ ଥିବା ବିଧାୟକମାନେ ପ୍ରଥମେ ମୁମ୍ବାଇରେ ପହଂଚି ତାଙ୍କ ସହ ଆଲୋଚନା କରିବା ନିହାତି ଆବଶ୍ୟକ ।