କନକ ବ୍ୟୁରୋ: ସବୁ ଭାରତୀୟଙ୍କୁ ମିଳିବ ଭ୍ୟାକସିନ । ଭାରତରେ କରୋନା ଭ୍ୟାକସିନ ପାଇଁ କାମ ଚାଲିଛି । ଔଷଧ ପାଇଁ ଦେଶରେ ଜୋରଦାର କାମ ଚାଲିଛି । ତେବେ କରୋନା ଭ୍ୟାକସିନ ଯେବେବି ଆସିବ, ସଙ୍ଗେସଙ୍ଗେ ତାହା ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ ଚାଲିଛି । କେମିତି ସମସ୍ତ ଭାରତୀୟ ଏହା ପାଇ ପାରିବେ ସେଥିପ୍ରତି ବ୍ଲୁ ପ୍ରଣ୍ଟପ୍ରସ୍ତୁତ ହୋଇଛି । ତେଣୁ ଔଷଧ ନାହିଁ ତ ଖାମଖିଆଲି ନାହିଁ । କୋଭିଡ ମୁକାବିଲାର ସମସ୍ତ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି ମୋଦି ।

Advertisment

ତେବେ ସଂକ୍ରମଣ ନେଇ ସତର୍କ କରାଇଛନ୍ତି ପ୍ରଧାନମନ୍ତ୍ରୀ । ଲକଡାଉନ ସରିଛି ଭାବି ଆପଣ ଭାବନ୍ତୁନି କି ବିପଦ ଚାଲିଗଲା ବୋଲି । ଅନେକ ଲୋକ ନିୟମ ମାନୁ ନାହାନ୍ତି । ମନ ଇଚ୍ଛା ବାହାରେ ବୁଲୁଛନ୍ତି । ତେବେ ଆପଣ ଯଦି ବିନା ମାସ୍କରେ ଘରୁ ବାହାରୁଛନ୍ତି ତେବେ ଆପଣ ନିଜ ସହ ନିଜ ପରିବାରକୁ ବିପଦରେ ପକାଉଛନ୍ତି । ମନେରଖନ୍ତୁ ଲକଡାଉନ ସରିଛି ହେଲେ ଏବେବି କରୋନା ବୁଲୁଛି ।

ଭ୍ୟାକସିନ ନ ଆସିବା ଯାଏଁ ସତର୍କ ରୁହନ୍ତୁ । ଭ୍ୟାକସିନ ନ ଆସିବା ଯାଏଁ ଢିଲାପଣ ଚଳିବନି  । ଦେଶରେ ସୁସ୍ଥ ହାର ବଢିଛି, ମୃତ୍ୟୁ ହାର କମିଛି । ଦେଶରେ ପ୍ରତି ୧୦ ଲକ୍ଷରେ ୫୫୦୦ ଲୋକଙ୍କୁ କରୋନା  । ଦେଶରେ ପ୍ରତି ୧୦ ଲକ୍ଷରେ ୮୩ ଜଣଙ୍କ ମୃତ୍ୟୁ । ଆମେରିକା, ବ୍ରାଜିଲ ଭଳି ଦେଶ ତୁଳନାରେ ଭାରତର ସ୍ଥିତି ଭଲ । ଖୁବଶୀଘ୍ର ୧୦ କୋଟି ଛୁଇଁବ କରୋନା ଟେଷ୍ଟିଂ । ତେଣୁ ସମସ୍ତଙ୍କୁ ସୁରକ୍ଷିତ ଦେଖିବାକୁ ଚାହୁଁଛି ବୋଲି ମୋଦି ଭାରତୀୟଙ୍କୁ କହିଛନ୍ତି ।