ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା : ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୫୬୫ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୭ ହଜାର ୯୭୨କୁ ବୃଦ୍ଧି ।

673

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ସୁସ୍ଥ ହେଲେ ୫୬୫ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଗଞ୍ଜାମରୁ ୧୮୫, ରାୟଗଡ଼ାରୁ ୮୫, ବଲାଙ୍ଗୀରୁ ୪୫, କଟକରୁ ୩୨, ମାଲକାନଗିରିରୁ ୩୦, ବରଗଡ଼ରୁ ୨୪, ସୁନ୍ଦରଗଡ଼ରୁ ୨୪, ଅନୁଗୁଳରୁ ୨୩, ବାଲେଶ୍ୱର ଏବଂ ଜଗତସିଂହପୁରରୁ ୧୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଖୋର୍ଦ୍ଧାରୁ ୧୫, ଯାଜପୁରରୁ ୧୩, କେନ୍ଦ୍ରାପଡ଼ାରୁ ୧୦ ଏବଂ ଗଜପତି, ଝାରସୁଗୁଡ଼ା, ନବରଙ୍ଗପୁରରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ମୟୂରଭଞ୍ଜରୁ ୭ ଜଣ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୭ ଜହାର ୯୭୨ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.