କନକ ବ୍ୟୁରୋ : ଗୁଜରାଟ ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ଆଗାମୀ ବିଧାନସଭା ନିର୍ବାଚନରେ ସମସ୍ତ ଆସନରେ ପ୍ରାର୍ଥୀ ଦେବ । ଏହାସହ ସେ କହିଛନ୍ତି କି ଗୁଜରାଟରେ ଆଗାମୀ ୨ ମାସ ମଧ୍ୟରେ ବିଜେପି ଯାଉଛି ଓ ଆମ୍ ଆଦମୀ ପାର୍ଟି ଆସୁଛି ।

Advertisment

ଗୁଜରାଟ ଗସ୍ତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସେଠାରେ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ମୁଁ ଏଠାରେ ଦୁଇମାସ ହେବ ବୋଲି ବୋଲି ସବୁ ବର୍ଗର ଲୋକଙ୍କ ସହ ମିଶୁଛି । ଜଣେ ବି ବ୍ୟକ୍ତି ବିଜେପି ଶାସନରେ ସନ୍ତୁଷ୍ଟ ଥିବା କଥା କହି ନାହାଁନ୍ତି । ସେପଟେ ଗୁଜରାଟ ଲୋକଙ୍କୁ ମାଗଣା, ବିଜୁଳି ଓ ମାଗଣା ଶିକ୍ଷା ଦେବାକୁ ଆମ୍ ଆଦମୀ ପାର୍ଟି ଘୋଷଣା କରିବା ପରେ ଏହାକୁ ବିଜେପି ଭିନ୍ନ ଭିନ୍ନ ତରିକାରେ ବିରୋଧ କରୁଥିବା କଥା ଅଭିଯୋଗ କରିଛନ୍ତି ।

କେଜ୍ରିୱାଲ ଗୁଜରାଟର ଭୋଟରଙ୍କୁ ପ୍ରତିଶ୍ରୁତି ବି ଦେଇଛନ୍ତି । ସେ କହିଛନ୍ତି ରାଜ୍ୟରେ ଆମ୍ ଆଦମୀ ପାର୍ଟିର ସରକାର ଗଠନ ହେବା ପରେ ଏଠାରେ କୌଣସି ସରକାରୀ କାମ ପାଇଁ ଲୋକଙ୍କୁ ଲାଂଚ ଦେବାକୁ ପଡିବ ନାହିଁ । ସରକାରୀ କାମ କରିବାକୁ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟ ଯିବା ପଡିବ ନାହିଁ ବରଂ ସରକାରୀ କର୍ମଚାରୀ ଲୋକଙ୍କ ପାଖକୁ ଆସିଯିବେ । ଏହାସହ ବିଜେପି କାର୍ଯ୍ୟକାଳରେ ହୋଇଥିବା ସମସ୍ତ ଦୁର୍ନୀତିର ଯାଂଚ ହେବ ବୋଲି କେଜ୍ରିୱାଲ କହିଛନ୍ତି ।