କନକ ବ୍ୟୁରୋ : ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଆସିଛି ଆଶ୍ୱସ୍ତିକର ଖବର । ୟୁକ୍ରେନର ଖେରସେନ ଅଞ୍ଚଳରୁ ପୁରା ସେନା ପ୍ରତ୍ୟାହାର କରିଛି ରୁଷ । ରୁଷର ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ଏ ନେଇ ସୂଚନା ଦେଇଛି । ୟୁକ୍ରେନର ଏକମାତ୍ର ଆଞ୍ଚଳିକ ରାଜଧାନୀ ଖେରସେନରୁ ରୁଷ ସେନା ପ୍ରତ୍ୟାହାର କରିବା ୟୁକ୍ରେନର ବଡ ବିଜୟ ବୋଲି କୁହାଯାଉଛି । ସେନା ପ୍ରତ୍ୟାହର କରିବା ନେଇ ବୁଧବାର ରୁଷ ଘୋଷଣା କରିଥିବା ବେଳେ ଶୁକ୍ରବାର ପୁରା ସେନା ପ୍ରତ୍ୟାହାର କରାଯାଇଥିବା ନେଇ ରୁଷ ସୁଚନା ଦେଇଛି ।

Advertisment

କୌଣସି ଜଣେ ବି ସୈନିକ ଖେରସେନରେ ନ ଥିବା ନେଇ ରୁଷ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ଯୁଦ୍ଧ ଆରମ୍ଭରୁ ୟୁକ୍ରେନ ଉପରେ ଭାରି ପଡୁଥିବା ରୁଷ ସେନା ୟୁକ୍ରେନର କିଛି ଅଞ୍ଚଳ ଅଧିକୃତ କରିନେଇଥିଲା । କିନ୍ତୁ କିଛି ମାସ ପରେ ଆମେରିକା, ଜର୍ମାନ, ଇଂଲଣ୍ଡ ଭଳି ପାଶ୍ଚାତ୍ୟ ଦେଶଗୁଡିକ ୟୁକ୍ରେନକୁ ସାମରିକ ସହାୟତା ଯୋଗାଇଦେଇଥିଲେ । ଫଳରେ ରୁଷ ସେନା ସହ ଲଢିଥିଲା ୟୁକ୍ରେନ ।