ରଥଯାତ୍ରା ପାଇଁ ବଢ଼ିଲା ଆଶା । ଛତିଶାନିଯୋଗ ବୈଠକ ପରେ ଗଜପତି କହିଲେ, ଏବେ ବି ରଥଯାତ୍ରା ନେଇ ରଖିଛୁ ଆଶା, ଭକ୍ତଶୂନ୍ୟ ରଥଯାତ୍ରା ନେଇ କୋର୍ଟକୁ ଯାଇଛି ପିଟିସନ୍ ।

3,237

କନକ ବ୍ୟୁରୋ: ଛତିଶାନିଯୋଗ ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି । ରଥଯାତ୍ରା ବନ୍ଦ ବାବଦରେ ସୁପ୍ରିମକୋର୍ଟରେ ମାମଲା ବିଚାରଧୀନ ଅଛି । ଏବେ ବି ନିଷ୍ପତ୍ତି ପରିବର୍ତ୍ତନ କରିବା ପାଇଁ ପିଟିସନ୍ ଦାଖଲ ହୋଇସାରିଛି । ଆଉ ଆମେ ସମସ୍ତେ ଚାହୁଁ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେଉ । ଆଉ ପୂର୍ଣ୍ଣ କୋଭିଡ୍ ନିୟମ ଅନୁସାରେ ରଥଯାତ୍ରା ହେଉ ବୋଲି ଆମେ ଆଶା ରଖିଛୁ ।
୩ ଘଣ୍ଟା ପର୍ଯ୍ୟନ୍ତ ବୈଠକ ଚାଲିବା ପରେ ଗଜପତି ମହାରାଜ କହିଛନ୍ତି କି, ଏପରିକି ରାଜ୍ୟ ସରକାର ସୁପ୍ରିକୋର୍ଟରେ ପକ୍ଷ ରଖନ୍ତୁ । କୌଣସି ଭକ୍ତ ବଡ଼ଦାଣ୍ଡରେ ରହିବେ ନାହିଁ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ଅବଗତ ନଥିଲେ । କିନ୍ତୁ ଆଜି ଛତିଶାନିଯୋଗରେ ନୂଆ ପିଟିସନ୍ ଦାଖଲ ନେଇ ଆଲୋଚନା ହେଲା । କିଭଳି ଭକ୍ତଶୂନ୍ୟ ରଥଯାତ୍ରା ହୋଇପାରିବ ସେନେଇ ଆଲୋଚନା ହୋଇଛି । କେବଳ ପୁରୀ ରଥଯାତ୍ରା ପାଇଁ ବୈଠକରେ ଆଲୋଚନା ହୋଇଛି । ଆଉ ସ୍ୱୟଂ ଜଗନ୍ନାଥ ଚାହୁଁଛନ୍ତି ରଥଟଣା ହେଉ ବୋଲି କହିଛନ୍ତି ଗଜପତି ମହାରାଜା ।

ଏପରିକି ଆମ ହାତରେ ଏବେ ବି ସମୟ ଅଛି । ସୋମବାର ପର୍ଯ୍ୟନ୍ତ ଆଶା ରଖିବୁ କେବଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରାକୁ ଅନୁମତି ଦେବାକୁ ପାଇଁ ଅନୁରୋଧ କରିବୁ । ସୁପ୍ରିମକୋର୍ଟଙ୍କୁ ନୂଆ ପିଟିସନ ବାବଦରେ ଅବଗତ କରାଇଲେ ହୁଏତ ନିଷ୍ପତ୍ତିରେ ସାମାନ୍ୟ ପରିବର୍ତ୍ତନ ହୋଇପାରିବ ବୋଲି କହିଛନ୍ତି ପୁରୀ ଗଜପତି ମହାରାଜା ।