#ଡ଼ାହା ମିଛ । ନବୀନ ନିବାସରୁ ଶୁଭିଲା, ମୋଦି ଜୀ ଥ୍ୟାଙ୍କ ୟୁ । କାହିଁକି ଏହି ଅଦିନିଆ ପ୍ରେମ ?

#ଡ଼ାହା ମିଛ । ରାଜନୀତିରେ ସବୁ ସମ୍ଭବ । କାଲିଯାଏଁ ଗର୍ଜୁଥିଲେ, ହଠାତ ଶାନ୍ତ ପଡିଗଲେ । ଏହାର ଦୁଇଟି ଦିଗ ଥାଇପାରେ । ହୁଏତ ଝଡ ପୂର୍ବର ନୀରବତା ଆପଣ କହିପାରନ୍ତି, ଅଥବା ସରେଣ୍ଡର ଶଦ୍ଦ ବ୍ୟବହାର କରାଯାଇପାରେ । ରାଜ୍ୟ ରାଜନୀତି ପରିପ୍ରେକ୍ଷୀରେ ମୋଦି-ନବୀନଙ୍କ ସଂପର୍କ ଏବେ ନରମ-ଗରମ ଭଳି ଚାଲିଛି ।

1,910

(ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ ।)

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ପାରଦ ସେତେ ବଢ଼ିବାରେ ଲାଗିଛି । ଏହାର ଝଲକ ସୋସିଆଲ୍ ମିଡ଼ିଆରେ ଦେଖିବାକୁ ମିଳୁଛି । ମୋବାଇଲ୍ ଖୋଲିଲେ ଘନ ଘନ ନୋଟିଫିକେସନ୍ ଆସୁଛି । ହଜାରେ ହ୍ୱାଟ୍ସଆପ୍ ଗ୍ରୁପ୍ ଆଉ ଫେସବୁକ ଗ୍ରୁପରେ ରାଜନୀତିର ରଙ୍ଗ ଗୋଡ଼ରୁ ମୁଣ୍ଡ ଯାଏଁ ଖାଲି ଝରିପଡୁଛି ।

ଏଇ କିଛି ଦିନ ତଳେ ଗୋଟେ ଫେସବୁକ ଗ୍ରୁପର ଜଣେ ବନ୍ଧୁଙ୍କ ଫେସବୁକ୍ ଲେଖା ଦେଖି ମୁଣ୍ଡ ଟିଣ ହୋଇଗଲା । କାରଣ ବନ୍ଧୁ ଜଣକ ଉକ୍ତ ଗ୍ରୁପରେ ଲେଖିଥିଲେ ‘ମୋଦି ଜୀ ଥ୍ୟାଙ୍କ ୟୁ’, ତା’ ସହିତ ଦୁଇ ପାଶ୍ୱର୍ରେ ଦୁଇ ଶୀର୍ଷ ନେତା ତଥା ମୋଦି ଏବଂ ନବୀନଙ୍କ କାର୍ଟୁନ୍ ଚିତ୍ର ଥିଲା ଏବଂ ଏହି ଲେଖା ସତେ ଯେମିତି ଏକ ପଜଲ୍ ଭଳି ମୋ ମୁଣ୍ଡ ଉପର ଦେଇ ଚାଲିଗଲା । ଲେଖା ପଛର ପ୍ରକୃତ ଗୁମର ଜାଣିବା ପାଇଁ ମନସ୍ଥ କରି ବନ୍ଧୁ ଜଣଙ୍କୁ ପର୍ସନାଲ୍ ମସେଞ୍ଜରରେ ମେସେଜ୍ କଲି । ବନ୍ଧୁ ଜଣଙ୍କ ରିପ୍ଲାଏରେ ଯାହା କହିଲେ ତା’କୁ ଯିଏ କେହିବି ଶୁଣିବ ତା ମୁଣ୍ଡରୁ ଝାଳ ବାହାରିଯିବ ।

modi_‘ମୋଦି ଜୀ ଥ୍ୟାଙ୍କ୍ ୟୁ ‘ କିଏ ଏବଂ କାହିଁକି କହିଲେ ବନ୍ଧୁଙ୍କ ଠାରୁ ଆସନ୍ତୁ ଜାଣିବା । ବନ୍ଧୁଙ୍କ କହିବା କଥା ଯେ, ଗତ କିଛି ଦିନ ତଳେ ହୋଇଥିବା ୫ଟି ରାଜ୍ୟର ବିଧାନସଭା ଫଳାଫଳରେ ପଦ୍ମ ଦଳ ସତେ ଯେମିତି ମଉଳି ପଡ଼ିଛି । ଆଉ ତାପରେ ମୋଦିଙ୍କ ନଜର ଏବେ ବିଜେଡି ଗଡ଼ ଓଡ଼ିଶା ଉପରେ । ବିଦେଶ ଗସ୍ତ ଭଳି ମାସକୁ ଦୁଇରୁ ୩ଥର ରାଜ୍ୟର ଗେରୁଆ କର୍ମୀଙ୍କୁ ଶକ୍ତି ଦେବା ପାଇଁ ବୁଲି ଆସୁଛନ୍ତି ମୋଦି । ହେଲେ ଓଡ଼ିଶା ମାଟିରେ ପାଦ ଦେବାପରେ ଶାସକ ବିଜେଡ଼ି ବଦଳରେ ରାଜ୍ୟର ତୃତୀୟ ସ୍ଥାନରେ ଥିବା କଂଗ୍ରେସ ଉପରେ ରାଜନୈତିକ ବୋମା ପକେଇ ଯାଉଛନ୍ତି ମୋଦି । ଲାଗୁଛି ମୋଦି ଆଉ ନବୀନଙ୍କ ମଧ୍ୟରେ ରାତା ରାତି ଟେଲିଫୋନ୍ ଯୋଗାଯୋଗ ହୋଇଯାଉଛି ବୋଧେ ।

ବନ୍ଧୁଙ୍କ ଏଭଳି କୌତୁହଳିଆ କଥା ଅଧିକ ଜାଣିବା ପାଇଁ ବନ୍ଧୁଙ୍କୁ ଆଉଟିକେ ଅନୁରୋଧ କଲି । ବନ୍ଧୁ ଜଣକ ମେସେଞ୍ଜରରେ କହିଲେ, ମୋଦି ଆସୁଛନ୍ତି ଯାଉଛନ୍ତି ହେଲେ ନବୀନଙ୍କୁ କିଛି କହୁ ନାହାନ୍ତି ସେଇଥିପାଇଁ ସଚିବାଳୟରୁ ନବୀନ ନିବାସ ସବୁଠି ଏବେ ଗୋଟିଏ ଶବ୍ଦ ମୋଦି ଜୀ ଥ୍ୟାଙ୍କ ୟୁ ଶୁଣାଯାଉଛି । ବାସ୍ ବନ୍ଧୁଙ୍କ ଏଇ ପଦଟିଏ କଥା ଶୁଣି ଶୀତୁଆ ସକାଳରେ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଗମଗମ ହୋଇ ଝାଳ ବାହାରି ପଡ଼ିଲା । ଆଉ ଦୀର୍ଘ ନିଶ୍ୱାସଟିଏ ବାରି ମନେ ମନେ ଭାବିଲି ଏଇ ମୋଦିଙ୍କୁ ଥ୍ୟାଙ୍କ୍ ୟୁ କିଏ କହୁଥିଲା ଜାଣିବା ପାଇଁ ଅଜଣା ବନ୍ଧୁଙ୍କ ପାଖରେ ମଣିଷ କାକୁତି ମିନତି ହେଉଥିଲା । ଧେତ୍ ଏ ରାଜନୀତି ସବୁଠୁ ଗରମ ଆଉ ସବୁଠି ତାତି ।

ବି. ଦ୍ର : ଉପରୋକ୍ତ ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ । ପଢନ୍ତୁ ଆଉ ମଜା ନିଅନ୍ତୁ ।
ବି. ଦ୍ର : ଆପଣ ମଧ୍ୟ ଏଭଳି ଚିନ୍ତାଧାରାରେ ଲେଖା ଆମ ପାଖକୁ ପଠାଇବାକୁ ଚାହାନ୍ତି ତେବେ ଆମ ହ୍ୱାଟସଆପ ନମ୍ବରକୁ ପଠାଇପାରିବେ । ଆମ ନମ୍ବର – ୯୧୭୮୪୬୭୦୦୫