ନବୀନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର ଥିଲା । ନିର୍ବାଚନକୁ ବର୍ଷେ ଅଛି, କିଛି ଆଲୋଚନା ହେଇନି- ମମତା

150

କନକ ବ୍ୟୁରୋ: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପରେ ମିଡିଆରେ ପ୍ରତିକ୍ରିୟା ରଖିଲେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ । ନବୀନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଥିବା କହିଲେ ମମତା । ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କ ପାଇଁ ପୁରୀରେ ଗେଷ୍ଟ ହାଉସ ନିର୍ମାଣ ପାଇଁ ଜାଗା ଦେଇଥିବାରୁ ମୁଁ ନବୀନଙ୍କ ନିକଟରେ କୃତଜ୍ଞ କହିବା ସହ ଧନ୍ୟବାଦ ଦେଲେ ମମତା ।

ତେବେ ସାକ୍ଷାତକାର ଅବସରରେ ନବୀନଙ୍କୁ ପଶ୍ଚିମବଙ୍ଗ ଆସିବାକୁ ନିମନ୍ତ୍ରଣ କରିଛନ୍ତି ମମତା । ପ୍ରେସ ବିବୃତିରେ ନବୀନ ପଟ୍ଟନାୟକଙ୍କୁ ବଡ ନେତା କହିବାକୁ ପଛେଇ ନାହାନ୍ତି ମମତା । ତାସହ ନବୀନଙ୍କ ଆତିଥେୟତାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଓଡିଶା- ବଙ୍ଗଳା ମଧ୍ୟରେ ନିବିଡ ସମ୍ପର୍କ ରହିଛି । ଆଗାମୀ ଦିନରେ ଇଣ୍ଡଷ୍ଟ୍ରିଆଲ କରିଡର କରିବା ନେଇ ଆଶା । ସେପଟେ ୨୦୨୪ ନିର୍ବାଚନ ଓ ତୃତୀୟ ସାମୁଖ୍ୟ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମମତା । କହିଛନ୍ତି, ନିର୍ବାଚନକୁ ଆହୁରି ବର୍ଷେ ଅଛି । ଏନେଇ କିଛି ଆଲୋଚନା ହେଇନି ।