କନକ ବ୍ୟୁରୋ : ‘ଇଣ୍ଡିଆ’ ମେଣ୍ଟ ବୈଠକରେ ଯୋଗ ଦେବାକୁ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁମ୍ବାଇରେ ପହଞ୍ଚିଛନ୍ତି । ମୁମ୍ବାଇରେ ସେ ବଚ୍ଚନ ପରିବାରକୁ ଭେଟିଛନ୍ତି । ଏହି ସାକ୍ଷାତ ଆଲୋଚନା ବେଳେ ଅଭିନେତା ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଅଭିଷେକ ବଚ୍ଚନ ଓ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଉପସ୍ଥିତ ଥିଲେ । ମୁମ୍ବାଇରେ ପହଞ୍ଚିବା ପରେ ସେ ସିଧା ଅମିତାଭଙ୍କ ଘରକୁ ଯାଇ ତାଙ୍କୁ ରାକ୍ଷୀ ବାନ୍ଧିଥିଲେ ।

Advertisment

ବଚନ ପରିବାରଙ୍କ ଆମନ୍ତ୍ରଣ ପରେ ମମତା ଅମିତାଭଙ୍କ ଘରକୁ ଯାଇଥିଲେ । ୨୦୨୨ରେ କୋଲାକାତାରେ ଆୟୋଜିତ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିବାଲରେ ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କୁ ଦେଖିବାକୁ ମିଳିଥିଲା । ଏଠାରେ ଅମିତାଭଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ଦେବାକୁ ଦାବି କରିଥିଲେ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ବି ଜୟାବଚ୍ଚନ, ମମତାଙ୍କ ଦଳ ତୃଣମୂଳ କଂଗ୍ରେସ ପାଇଁ ପ୍ରଚାର କରିଥିଲେ ।