କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦମଦାର ପ୍ରଦର୍ଶନକୁ ନେଇ ସବୁଠି ଚର୍ଚ୍ଚା । ଗତ ଥର ଯେଉଁ ୟୁପିରେ ପରାଜିତ ହୋଇଥିଲେ । ଚଳିତ ଥର ସେହି ୟୁପି ପୁଣି ରାହୁଲଙ୍କ ଦେଇଛି ବଡ ବିଜୟ । ରାଏବରେଲୀ ଆସନରୁ ଜିତିବା ପରେ କୃତଜ୍ଞତା ଜଣାଇବା ପାଇଁ ବିଶାଳ ରୋଡ୍ ସୋ ଓ କୃତଜ୍ଞତା ସଭା କରିଛନ୍ତି ରାହୁଲ ଗାନ୍ଧୀ ।

Advertisment

ଚଳିତ ନିର୍ବାଚନରେ ରାଏବରେଲୀ ସହ ଗାନ୍ଧୀ ପରିବାରର ପାରମ୍ପରିକ ଆସନ ଆମେଠୀକୁ ବି ଜିତି ନେଇଛି କଂଗ୍ରେସ । ୟୁପିରେ ୬ ଆସନ ପାଇଛି କଂଗ୍ରେସ । ଅଖିଳେଶଙ୍କ ନେତୃତ୍ୱରେ ୟୁପିରେ ଇଣ୍ଡି ମେଂଟକୁ ୪୧ ଆସନ ମିଳିଛି । ଅନ୍ୟପଟେ ବିଜେପି-ଏନଡିଏ ମେଂଟକୁ ୩୬ ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ଆଗକୁ ୟୁପିର ୪୦୩ ବିଧାନସଭା ଆସନରେ କୃତଜ୍ଞତା ସଭା ଆୟୋଜନ କରିବା ପାଇଁ ଯୋଜନା କରିଛି କଂଗ୍ରେସ । ରାଏବରେଲୀ ସହ ରାହୁଲ ଗାନ୍ଧୀ କେରଳରେ ସମର୍ଥକଙ୍କୁ ସମ୍ବଧିତ କରିଛନ୍ତି ।

ରାଏବରେଲୀ ଓ ୱାୟନାଡ, ଏହି ଦୁଇଟି ଆସନରୁ ବିଜୟୀ ହୋଇଛନ୍ତି ରାହୁଲ । କିନ୍ତୁ ନିୟମ ଅନୁସାରେ ଗୋଟିଏ ଆସନ ରଖିପାରିବେ ରାହୁଲ । କଂଗ୍ରେସ ଫୋକସରେ ଏବେ ୟୁପି ରହିଛି ତେଣୁ ୱାୟନାଡ ଆସନ ଛାଡି ରାଏବରେଲୀକୁ ରାହୁଲ ରଖିବା ନେଇ ଚର୍ଚ୍ଚା ଜୋର ଧରିଛି ।