ମୁଣ୍ଡ ନୁଆଁଇଲେ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ା । ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କୁ ମାଗିଲେ କ୍ଷମା

138

କନକ ବ୍ୟୁରୋ : ଦୁଇ ମାସ ପରେ ମୁଣ୍ଡ ନୁଆଁଇଲେ ଆପ୍ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢା । ଦିଲ୍ଲୀ ସେବା ବିଲରେ ନକଲି ଦସ୍ତଖତ ମାମଲାରେ ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କୁ କ୍ଷମା ପ୍ରାର୍ଥନା କଲେ ରାଘବ । ଏହି ମାମଲାରେ ରାଘବ ଚଢାଙ୍କୁ ରାଜ୍ୟସଭାରୁ ବହିଷ୍କୃତ କରାଯାଇଥିଲା । ଏନେଇ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାଘବ । ତେବେ ସୁପ୍ରିମକୋର୍ଟ ରାଘବଙ୍କୁ ରାଜ୍ୟସଭା ସଭାପତିଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦେଇଥିଲେ । କ୍ଷମା ପ୍ରାର୍ଥନା ପରେ ରାଘବଙ୍କ ନିଲମ୍ବନ ଆଦେଶକୁ ନେଇ କଣ ପଦକ୍ଷେପ ନେଉଛନ୍ତି ରାଜ୍ୟସଭା ସଭାପତି ତା ଉପରେ ସମସ୍ତଙ୍କ ନଜର ରହିଛି ।