ଯଦି ଆପଣ ଚକଚକ୍ କରୁଥିବା ସେଓ ଦେଖି ଏହାକୁ ସ୍ୱାସ୍ଥ୍ୟକର ଏବଂ ସ୍ୱାଦିଷ୍ଟ ଭାବି କିଣୁଛନ୍ତି । ତେବେ ଏ ଭ୍ରମ ନିଜ ମନରୁ କାଢିଦିଅନ୍ତୁ । ଏଭଳି ସେଓ ଆପଣଙ୍କ ସ୍ୱାସ୍ଥ୍ୟକୁ ସୁଧାରିବା ବଦଳରେ ଆହୁରି ବିଗାଡିଦେବ । କାରଣ ସେଓରେ ଏହି ଚମକ ମହମ ଲଗାଇବା ଦ୍ୱାରା ଆସିଥାଏ । ଏହି ଚକଚକିଆ ଲାଲ୍ ସେଓର ଉପର ପରସ୍ତରେ ଲାଗିଥିବା ମହମ ଆପଣଙ୍କ ଲିଭର୍ ଏବଂ କିଡନିକୁ ଗଲେ ଯାହା ହେଉଥିବ ଆପଣ ହିଁ ଜାଣନ୍ତି ।
ସାରା ଦେଶରେ ଏଭଳି ଚକଚକିଆ ସେଓର ଖୁବ୍ ଡିମାଣ୍ଡ । ତେବେ ଦେଶର ଖାଉଟିମାନଙ୍କ ହିତ ସକାଶେ ଯେଉଁ ବିଭାଗ କାମ କରେ ଉକ୍ତ ବିଭାଗର ମନ୍ତ୍ରୀ ରାମବିଲାସ ପାଶୱାନଙ୍କୁ ହିଁ ଏବେ ଠକେଇର ଶିକାର ହେବାକୁ ପଡିଛି । ଜଣେ ଫଳ ଦୋକାନୀ ପାଶୱାନଙ୍କୁ ମହମଦିଆ ସେଓ ବିକ୍ରି କରିଛନ୍ତିି ।
ମିଳିଥିବା ସୂଚନା ମୁତାବକ ଗତ ରବିବାର ଦିନ ଦିଲ୍ଲୀର ଖାନ ମାର୍କେଟରୁ ପାଶୱାନଙ୍କ ପାଇଁ ତାଙ୍କ ସହଯୋଗୀ ସେଓ ଆଣିଥିଲେ । ତେବେ ସେଓକୁ ଯେତେବେଳେ ଧୁଆଯାଇଥିଲା ଏଥିରୁ ମହମ ବାହାରିଥିବାର ଦେଖିବାକୁ ମିଳିଥିଲା । ଆଉ ବଡ କଥା ହେଉଛି କିଲୋ ପିଛା ୪୨୦ ଟଙ୍କାରେ ଏହି ସେଓ କିଣାଯାଇଥିବାବେଳେ ଦୋକାନୀ ଜଣକ ଫଳର ରୁପକୁ ଆକର୍ଷଣୀୟ କରିବା ପାଇଁ ଏଥିରେ ମହମ ଲଗାଇଥିଲେ । ଏହାକୁ ଅଧିକ ଦରରେ ବିକ୍ରି କରାଯାଉଥିବାବେଳେ ସାଧାରଣ ଲୋକ ଏ ବାବଦରେ ଜାଣିପାରିନଥାନ୍ତି । ତେବେ ମନ୍ତ୍ରୀଙ୍କ ପାଇଁ ଏଭଳି ସେଓ କିଣାଯାଇ ଯେତେବେଳେ ତାଙ୍କୁ ପରସା ଯାଇଥିଲା ସେତେବେଳେ ମହମର ପ୍ରଲେପ ଦିଆଯାଇଥିବାର ଜଣାପଡିଥିଲା । ଏ ବାବଦରେ ପାଶୱାନ ଜାଣିବା ପରେ ତୁରନ୍ତ ଏହାର ଛାନଭିନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସମ୍ପୃକ୍ତ ଫଳ ଦୋକାନ ଉପରେ ଚଢ଼ାଉ କରାଯାଇ ଫଳକୁ ଜବତ କରାଯିବା ସହ ଦୋକାନୀଙ୍କ ବିରୋଧରେ ଚାଲାଣ କଟାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/APPLE.jpg)
/kanak/media/post_attachments/wp-content/uploads/2019/09/paswan-sheila-8_647_071316094438-300x187.jpg)
/kanak/media/post_attachments/wp-content/uploads/2019/09/1306988941223-300x225.jpg)