କାମରେ ଲାଗୁନି ଜଳସେଚନ ପ୍ରକଳ୍ପ । ମାଲକାନଗିରି ସ୍ୱାଭିମାନ ଅଂଚଳରେ ଶହଶହ ପ୍ରକଳ୍ପ ଅଚଳ, ମିଳୁନି ପିଇବାପାଣି

51

କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳର ସେତୁ ଯୋଜନା । କାମରେ ଲାଗୁନି ଜଳସେଚନ ପ୍ରକଳ୍ପ । ଜଳଭଣ୍ଡାର ନିକଟରେ ଟାଙ୍ଗରା ପଡିଛି ଭୁଇଁ । ମାଲକାନଗିରି ସ୍ୱାଭିମାନ ଅଂଚଳରେ ଉଠା ଜଳ ସେଚନ ପ୍ରକଳ୍ପ ନେଇ ଲୋକଙ୍କ ଚିନ୍ତା ବଢୁଛି । କେଉଁଠି ମୋଟର ପୋଡି ଯାଇଛି ତ ଆଉ କେଉଁଠି ପାଇପ ଫାଟି ଆଁ କରିଛି । ଆଉ କିଛି ସ୍ଥାନରେ ବିଦ୍ୟୁତ ସଂଯୋଗ ହୋଇନଥିବା ବେଳେ କେଉଁଠି ମୋଟର ଥାଇ ପାଣି ଉଠୁନି । ପାରେମଟଲା ପଂଚୟାତ ଜାମଜୋଡି ଗାଁରେ ପ୍ରାୟ ୨୨ ଲକ୍ଷ ଟଙ୍କାରେ ଗତ ୧୯ ମାର୍ଚ ୨୦୨୩ ରେ ଉଠାଜଳ ସେଚନ ପ୍ରକଳ୍ପ କାମ ଶେଷ ହୋଇ ଥିଲେ ବି ତାହା ଚାଷୀଙ୍କ କାମରେ ଲାଗୁନି । ସେହି ପରି ରୁମା ନଇ କୁଳରେ ଥିବା ଅନେକ ପ୍ରକଳ୍ପ କାମ ଶେଷ ହୋଇଛି ହେଲେ ବର୍ଷା ଦିନେ ମୋଟର ଗୁଡିକ ପାଣିରେ ବୁଡି ସରଂଯାମ ସବୁ ପାଣିରେ ଭାସି ଯାଇଥିବା ଅଭିଯୋଗ ହୋଇଛି ।

ମାଲକାନଗିରି ଜିଲ୍ଲାର ଉଠା ଜଳସେଚନ ବିଭାଗର କାର୍ଜ୍ୟାଳୟ ରହିଛି ସତ । ଏଠାରେ ନା ଅଛନ୍ତି ସ୍ଥାୟୀ ଏସଡିଓ ନା ଜେ.ଇ । କୋରାପୁଟରେ ଜଣେ ଏସଡିଓ ମାଲକାନଗିରି କାର୍ଜ୍ୟାଳୟର ଅତିରିକ୍ତ ଦାୟିତ୍ୱ ତୁଲାଇ ଥିବାବେଳେ ଦୁଇ ଯନ୍ତ୍ରୀ ମଧ୍ୟ କୋରାପୁଟ ଜିଲ୍ଲା ସମେତ ଅତିରିକ୍ତ ଦାୟିତ୍ୱ ତୁଲାଇଛନ୍ତି । କେବଳ ଦୁଇ ସ୍ଥାୟୀ ଯନ୍ତ୍ରୀ ଅଛନ୍ତି, ତେବେ କାର୍ଜ୍ୟାଳୟରେ ଗୁହାରି ଶୁଣିବାକୁ କେହି ନାହାନ୍ତି । ସ୍ୱାଭିମାନ ଅଂଚଳର ସମସ୍ତ ୧୧୦ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ଥିବା ନେଇ ଫୋନ୍ ଯୋଗେ ପ୍ରତିକ୍ରିୟା ଦେଇଛନ୍ତି ଭାର ପ୍ରାପ୍ତ ଏସଡିଓ ।

 ସ୍ୱାଭିମାନ ଅଂଚଳରେ ଉଠା ଜଳ ସେଚନ ପ୍ରକଳ୍ପ ଫେଲ୍ ମାରିଥିବା ବେଳେ ଏଥିପ୍ରତି ଗୁରୁତ୍ୱ ଦିଆଯାିପରିଲେ ଲେକାଙ୍କଠାରୁ ନେଇ ଚାଷୀମାନେ ଉପୃକତ ହୋଇପାରିବେ ।