କୁମ୍ଭକୁ ଆସୁଥିବା ମହିଳାଙ୍କ ପାଇଁ ଏକ ପ୍ରଭାବୀ ସମାଧାନ : ମହିଳାଙ୍କୁ ବଣ୍ଟାଗଲା ବିଶେଷ ଫେବ୍ରିକ ଥିବା ୱାଟରପ୍ରୁଫ ଶାଢ଼ୀ

108

କୁମ୍ଭ ମେଳାରେ ମହିଳାଙ୍କୁ ୱାଟରପ୍ରୁଫ୍ ଶାଢ଼ୀ ବଣ୍ଟାଯାଇଛି, ଯାହାକି ସ୍ନାନ କରିସାରିବା ପରେ ଶରୀର ସହିତ ଲାଗିବନି । ହିନ୍ଦୁସ୍ତାନ ୟୁନିଲିଭରର ବ୍ରାଣ୍ଡ ହମାମ ତରଫରୁ ଏକ ବୟାନରେ କୁହାଯାଇଛି କି ଏପର୍ଯ୍ୟନ୍ତ ଆପଣ ଯେତେ ବି ଆବିଷ୍କାର କରିଥିବେ, ସେଥିରେ ଅଧିକାଂଶ ଚିତ୍ରରେ ଶାଢ଼ୀ ଓ ପେଟିକୋଟ୍ ରେ ପବିତ୍ର ବୁଡ ପକାଉଥିବା ମହିଳା ହିଁ ଥିବେ । ଓଦା ଥିବା ସହିତ ମହିଳାଙ୍କ ଶରୀର ସହିତ ଲାଗିଯାଉଥିବା କପଡା ଦ୍ୱାରା ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ।

କୁମ୍ଭ ୨୦୧୯ରେ ନିଜର ପଦକ୍ଷେପର ବିସ୍ତାର କରି କମ୍ପାନୀ ମହିଳାଙ୍କ ପାଇଁ ନଦୀ ଘାଟରେ ଚେଂଜିଙ୍ଗ ରୁମ୍ ଅର୍ଥାତ୍ ଗାଧୋଇ ସାରିବା ପରେ କପଡା ବଦଳାଇବା ପାଇଁ ରୁମର ସୁବିଧା ଉପଲବ୍ଧ କରାଇଛି । କିନ୍ତୁ କମ୍ପାନୀ ଅନୁଭବ କଲା କି, ଏହା ପର୍ଯ୍ୟାପ୍ତ ନୁହେଁ । କାହିଁକିନା ନଦୀରେ ବୁଡ ପକାଇବା ପରେ ଓଦା ଓ ଦେହରେ ଲାଗିଯାଇଥିବା ସୂତୀ କପଡାରେ ଚେଂଜିଙ୍ଗ ରୁମ୍ ପର୍ଯ୍ୟନ୍ତ ଚାଲିବାକୁ ପଡେ । ଯାହା ମହିଳାଙ୍କ ପାଇଁ ଅବାଂଛିତ ନଜର ଓ ସେମାନଙ୍କ ଫଟୋ ନେବା ସନ୍ଦର୍ଭରେ ସବୁଠାରୁ ଅଧିକ ଅସୁରକ୍ଷିତ ଧରାଯାଏ ।

ବ୍ରାଣ୍ଡ ପାର୍ଟନର, ଓଗିଲଭି ଇଣ୍ଡିଆ ସହିତ କାମ କରି ହମାମ କୁମ୍ଭକୁ ଆସୁଥିବା ମହିଳାଙ୍କ ପାଇଁ ୱାଟରପ୍ରୁଫ୍ ଶାଢ଼ୀ ଭାବେ ଏକ ପ୍ରଭାବୀ ସମାଧାନ ପ୍ରସ୍ତୁତ କରିଛି । ମହିଳାମାନେ ଯେଉଁ ଶାଢ଼ୀକୁ ବ୍ୟବହାର କରିବାରେ ଅଭ୍ୟସ୍ତ ଅଛନ୍ତି, ସେହି ଶାଢ଼ୀ ୱାଟରପ୍ରୁଫିଙ୍ଗ ଟ୍ରିଟମେଣ୍ଟ ର ଏକ ସାଧାରଣ ସ୍ତର ସହିତ ପ୍ରସ୍ତୁତ କରାଯାଇଛି, ଯାହା ଫେବ୍ରିକକୁ ଆକ୍ୱା ଫୋବିକ୍ ବନାଏ । ଏହି ପବିତ୍ର ସଙ୍ଗମ ସ୍ନାନ କରୁଥିବା ମହିଳା ଶ୍ରଦ୍ଧାଳୁଙ୍କ ପାଇଁ ବସ୍ତ୍ରର ଏକ ଆଦର୍ଶ ବିକଳ୍ପ । ଏହି ୱାଟରପ୍ରୁଫ୍ ଶାଢ଼ୀକୁ ଆକର୍ଷଣୀୟ ହଳଦିଆ ରଙ୍ଗରେ ଡିଜାଇନ୍ କରାଯାଇଛି ଏବଂ ବସନ୍ତ ପଂଚମୀର ଶୁଭ ଅବସରରେ ଭକ୍ତଙ୍କ ପାଇଁ ଉପଲବ୍ଧ କରାଯାଇଛି ।