ଖରସ୍ରୋତା ବଞ୍ଚାଅ ଆନ୍ଦୋଳନରେ ସାମିଲ ହେଲେ ଜଳ ମାନବ : ଅସୁସ୍ଥଙ୍କୁ ଭେଟି ଆଲୋଚନା କଲେ ଡକ୍ଟର ରାଜେନ୍ଦ୍ର ସିଂ

109

କନକ ବ୍ୟୁରୋ : କେନ୍ଦ୍ରପଡ଼ା ରାଜକନିକାରେ ଗତ ୧୫ ତାରିଖ ଠାରୁ ଚାଲିଥିବା ଖରସ୍ରୋତା ବଂଚାଅ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଭାରତର ଜଳ ମାନବ ଡକ୍ଟର ରାଜେନ୍ଦ୍ର ସିଂ । କେନ୍ଦ୍ରପଡ଼ାରେ ପହଂଚି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଆନ୍ଦୋଳନରତ ସମାଜସେବୀ ତଥା ଭିତରକନିକା ଇକୋ ସେନସିିଟିଭ୍ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଟିଛନ୍ତି । ଏହାସହ ରାଜକନିକାର ଧାରଣାସ୍ଥଳ ଅଚ୍ୟୁତପୁର ହାଟ ନିକଟରେ ଆନ୍ଦୋଳନକାରୀଙ୍କୁ ଉଦବୋଧନ ଦେଇଛନ୍ତି ଡକ୍ଟର ରାଜେନ୍ଦ୍ର ସିଂ ।

ଗଣତାନ୍ତ୍ରିକ ସରକାରରେ ଜଣେ ବ୍ୟକ୍ତି ଏତେ ଦିନ ଧରି ଅନଶନରେ ବସିବା ପରିତାପର ବିଷୟ । ଏବଂ ଓଡ଼ିଶା ସରକାରଙ୍କୁ ସେ ଗଣତାନ୍ତ୍ରିକ ଓ ସମ୍ବେଦନଶୀଳ ବୋଲି ଭାବୁଥିବା ବେଳେ ତାହା ନୁହେଁ ବୋଲି କହିଛନ୍ତି ଜଳମାନବ ଡକ୍ଟର ରାଜେନ୍ଦ୍ର ସିଂ । ଗତ ୨ବର୍ଷ ଧରି ଖରସ୍ରୋତା ନଦୀରେ ରାଜ୍ୟ ସରକାର ଆରମ୍ଭ କରିଥିବା ମେଗା ପାନୀୟଜଳ ପ୍ରକଳ୍ପକୁ ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି ବିରୋଧ କରି ଆସିଛି ।