ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା: ୧୩ ଜିଲ୍ଲାକୁ ଆଲର୍ଟ; ପ୍ରବଳ ବର୍ଷାରେ ଭାସିଲା ରାଜଧାନୀ

ପଶ୍ଚିମମୁହାଁ ୱେଲମାର୍କ ଲୋ-ପ୍ରେସର : ୨୪ଘଂଟା ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ରହିବ ଲଘୁଚାପର ପ୍ରଭାବ, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କନକ ବ୍ୟୁରୋ: ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲିଠୁ ପ୍ରବଳ ବର୍ଷା ହେଉଛି । ରାଜଧାନୀ ଭୁବନେଶ୍ୱରରେ ଗତକାଲିଠାରୁ ତୁହାକୁ ତୁହା ବର୍ଷୁଛି । ଆଜି ସକାଳୁ ଭୁବନେଶ୍ୱର ଓ ଏହାର ଉପକଣ୍ଠ ଅଂଚଳରେ ପ୍ରବଳ ବର୍ଷା ହେଉଛି । ସେପଟେ ପ୍ରବଳ ବର୍ଷା ଯୋଗୁଁ ବ୍ରହ୍ମପୁର ସହରର ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି । ତେବେ ସ୍କୁଲରେ ଉପସ୍ଥିତ ରହିବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

publive-image

ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ୧୩ଟି ଜିଲ୍ଲାରେ ଘଡ ଘଡି ଓ ବିଜୁଳି ମାରିବା ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଂଜାମ, ବାଲେଶ୍ୱର, ବଲାଙ୍ଗିର, ବରଗଡ, ଖୋର୍ଦ୍ଧ. କଟକ, ଯାଜପୁର, ଭଦ୍ରକ ଓ ଗଜପତି ଜିଲ୍ଲାରେ ବର୍ଷା ପାଇଁ ସତର୍କ ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe