କନକ ବ୍ୟୁରୋ : ଏସସିବିରେ ଅଭାବନୀୟ ସ୍ଥିତି । ଶବ ବ୍ୟବଚ୍ଛେଦ ଗୃହରେ ଲହଡ଼ି ଭାଙ୍ଗିଲା ନର୍ଦ୍ଦମା ପାଣି । ଗତକାଲି ବିନା ବର୍ଷାରେ ଶବ ବ୍ୟବଚ୍ଛେଦ ଗୃହରେ ନର୍ଦ୍ଦମା ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା । ଫଳରେ ଶବ ବ୍ୟବଚ୍ଛେଦରେ ବାଧା ସୃଷ୍ଟି ହୋଇଥିଲା । ଏପରିକି ଘଣ୍ଟା ଘଣ୍ଟା ଧରି ମୃତଦେହ ବ୍ୟବଚ୍ଛେଦ ହୋଇନପାରି ପଡ଼ିରହିଥିଲା ।

ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଫଳରେ ଆନାଟୋମୀ ବିଭାଗରେ ଶବ ବ୍ୟବଚ୍ଛେଦ ପାଇଁ ପଦକ୍ଷେପ ନିଆଯାଇଥିଲା । ନିର୍ମାଣଧିନ କାମର ପାଇପ ଫାଟି ଯିବାରୁ ଏଭଳି ସ୍ଥିତି ଦେଖାଦେଇଥିଲା । ଏହାର ମରାମତି ପରେ ସ୍ୱାଭାବିକ ହୋଇଛି ଶବ ବ୍ୟବଚ୍ଛେଦ ।