କନକ ବ୍ୟୁରୋ : ସ୍କୁଲରେ ପାଣି, ରାଜରାସ୍ତାରେ ସ୍କୁଲ ପିଲା । ବରଗଡ଼ ଜିଲ୍ଲା ପଦ୍ମପୁର ସୋହେଲା ରାସ୍ତା ସିନେମା ହଲ ଛକ ରାସ୍ତାରେ ବସିଲେ ଛାତ୍ରଛାତ୍ରୀ । ଅସରାଏ ବର୍ଷା ହେଲେ ସ୍କୁଲରେ ପାଣି ଜମିବା ସହ ଶ୍ରେଣୀ ଗୃହରେ ମଧ୍ୟ ବର୍ଷା ପାଣି ପଶିଯାଏ । ବାରମ୍ବାର ଏଭଳି ଅସୁବିଧା ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଇନାହାଁନ୍ତି । ଯାହା ପାଇଁ ବର୍ଷା ହେଲେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ଗତକାଲି ସମାନ ଅବସ୍ଥା ପାଇଁ ସ୍କୁଲ ଛୁଟି କରି ଦିଆଯାଇଥିଲା । ଆଜି ମଧ୍ୟ ସ୍କୁଲରେ ବର୍ଷା ପାଣି ଜମି ରହିଛି । ଯାହାର ପ୍ରତିବାଦ କରି ରାଜରାସ୍ତାରେ ବସିଛନ୍ତି ଛାତ୍ରଛାତ୍ରୀ ।
ଆଗକୁ ପଢନ୍ତୁ