ମୁଖ୍ୟମନ୍ତ୍ରୀ ବୁଲିଲେ ବନ୍ୟାଞ୍ଚଳ । ଆକାଶ ମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ଖୁବଶୀଘ୍ର ସ୍ୱାଭାବିକ ହେବ କ୍ଷତିଗ୍ରସ୍ତ ଅଞ୍ଚଳ ।

794

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଦେଖିଲେ ବନ୍ୟାସ୍ଥିତି । ବନ୍ୟାଞ୍ଚଳ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ ବନ୍ୟାର ଭୟାବହତା ଦେଖିଛନ୍ତି । ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି କି ବନ୍ୟା ପାଇଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ଚାଷ ଜମିରେ ପାଣି ପଶିଛି । ଅନେକ ସ୍ଥାନରେ ରାସ୍ତା ଭାଙ୍ଗି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବନ୍ୟା ପାଇଁ ବହୁ ଘର ନଷ୍ଟ ହୋଇଛି । ତେବେ ତ୍ୱରିତ ପଦକ୍ଷେପ ନେଇ ଖୁବଶୀଘ୍ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ସ୍ୱାଭାବିକ ସ୍ଥିତିକୁ ଅଣାଯିବ ।