ସାମାନ୍ୟ ବର୍ଷାରେ ଜଳବନ୍ଦୀ ପରିସ୍ଥିତି: କଟକରେ ଏବେଠାରୁ ଚିନ୍ତା ବଢାଉଛି ଡ୍ରେନ୍ ସମସ୍ୟା

86

କନକ ବ୍ୟୁରୋ: ସାମାନ୍ୟ ବର୍ଷାରେ ଜଳବନ୍ଦୀ ପରିସ୍ଥିତି । ଚିନ୍ତା ବଢାଉଛି ଡ୍ରେନ୍ । ବର୍ଷା ଆସିଗଲେ କଟକରେ ଜଳବନ୍ଦୀ ସମସ୍ୟା ଦେଖିବାକୁ ମିଳେ । ତେବେ ମୌସୁମୀ ବର୍ଷା ପୂର୍ବରୁ କିଭଳି ସମସ୍ତ ଡ୍ରେନ୍ କାମ ସରିବ ସେ ନେଇ ବଢୁଛି ଚିନ୍ତା । ଡ୍ରେନ୍ ଗୁଡିକରୁ ପଙ୍କ ଆବର୍ଜନା ସଫା କରାଯାଇନି । ସେମିନାର ଛକ ମୁଖ୍ୟ ଡ୍ରେନ୍ ଓ ଖୋଲା ସାହି ମୁଖ୍ୟ ଡ୍ରେନର ଅବସ୍ଥା ଶୋଚନୀୟ ହୋଇପଡିଛି । ଆବର୍ଜନାରେ ଭର୍ତି ଥିବା ଡ୍ରେନ୍ ଗୁଡିକ ଏବେଠୁ ସଫା ନକରିଲେ ଡ୍ରେନ୍ ଭର୍ତି ହୋଇ ରାସ୍ତା ଉପରେ ଲହଡି ଭାଙ୍ଗିବ ପାଣି । ଖାଲି ସେତିକି ନୁହେଁ ପାଣି ବଢି ଜଳବନ୍ଦୀ ହୋଇଯିବ । ଯାହାକୁ ନେଇ ଏବେଠୁ ସମସ୍ୟା ଦେଖିବାକୁ ମିଳିଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ସମସ୍ୟା ହେବ ।

ପାଣି ଡ୍ରେନ୍ରେ ପଶି ରାସ୍ତାରେ ଲହଡି ଭାଙ୍ଗିବ । ବର୍ଷା ପୂର୍ବରୁ ଡ୍ରେନ୍ରୁ ପଙ୍କ ସଫାନକରିଲେ ଲପରିକି ସେମିନାର ଛକରୁ ନେଇ ଖୋଲାସାହି ମୁଖ୍ୟ ଡ୍ରେନ ପଙ୍କ ସଫା ନକଲେ ଜଳବନ୍ଦୀ ସହିତ ଜଳ ନିଷ୍କାସନ କରାଯିବା ନେଇ ସମସ୍ୟା ଉପୁଜିବ । ସେପଟେ ଅଭିଯୋଗ ମିଳିବା ପରେ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ମିଳିଛି ପ୍ରତିଶ୍ରୁତି । ବର୍ଷା ଆରମ୍ଭ ହୋଇଗଲେ ଜଳ ନିଷ୍କାସନ କରିବା ଅସମ୍ଭବ ହୋଇପଡିବ । ତେଣୁ ଏବେଠାରୁ ଡ୍ରେନ୍ରୁ ପଙ୍କ କାଢି ସଫେଇ କରାଯିବା ଜରୁରୀ ହୋଇପଡିଛି ।