ମନମୋହୁଛି ଗଣ୍ଡା ହାତୀ ଜଳପ୍ରପାତ । ସବୁଜିମା ଘେରା ଏହି ପର୍ଯ୍ୟଟନସ୍ଥକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ ।

335

କନକ ବ୍ୟୁରୋ: ମନମୋହୁଛି ଗଣ୍ଡା ହାତୀ ଜଳପ୍ରପାତ । ଗଜପତି ରାୟଗଡ ବ୍ଳକରେ ବଣ ପାହାଡ ଜଙ୍ଗଲ ଘେରା ମନୋରମ ପରିବେଶ ଭିତରେ ରହିଛି ଏହି ଜଳପ୍ରପାତ । ସବୁଜିମା ଭିତରେ ରହିଥିବା ଏହି ପର୍ଯ୍ୟଟନ ସ୍ଥଳୀକୁ ଦୂରଦୂରାନ୍ତରୁ ଛୁଟିଆସୁଛନ୍ତି ପର୍ଯ୍ୟଟକ । ଭୋଜିଭାତ କରିବା ସହ ସେଲଫି ବି ନେଉଛନ୍ତି । ତା ସହିତ ପ୍ରକୃତିର ଚିତ୍ରକୁ ନିଜ କ୍ୟାମେରାରେ ତୋଳି ନେଉଛନ୍ତି ପର୍ଯ୍ୟଟକ ମାନେ ।