ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା କତାର ବିମାନ : କୋଲାକାତାରେ ଲାଣ୍ଡିଂ ବେଳେ ପାଣି ଟାଙ୍କରକୁ ଦେଲା ଧକ୍କା

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା କତାର ବିମାନ : କୋଲାକାତାରେ ଲାଣ୍ଡିଂ ବେଳେ ପାଣି ଟାଙ୍କରକୁ ଦେଲା ଧକ୍କା

source : dw.com

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା କତାର ଏୟାରୱେଜର ଦୋହା ବିମାନ । ପାଣିଟାଙ୍କର ସହ ପିଟିହେଲା ବିମାନ । କୋଲକାତାର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ବଡ ଦୁର୍ଘଟଣାରୁ ବିମାନଟି ବର୍ତ୍ତି ଯାଇଛି । ବିମାନଟି ଲାଣ୍ଡିଂ କରିବା ସମୟରେ ଘଟିଛି ଏହି ଘଟଣା । ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ପାଣି ଟାଙ୍କର ସହ ପିଟି ହେବାରୁ ବିମାନର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଅଧିକାରୀଙ୍କ ସୁତ୍ରରୁ ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତ୍ରିରେ ଏହି ଅଘଟଣ ଘଟିଛି ।

ସୂଚନାଯୋଗ୍ୟ, ଆଜି ଭୋର୍ ସମୟରେ ୧୦୦ ଯାତ୍ରୀ ଥିବା କତାର ଏୟାରୱେଜର ଏକ ବିମାନ କୋଲକାତା ବିମାନ ବନ୍ଦରରୁ ଉଡ଼ାଣ ନିମନ୍ତେ ପ୍ରସ୍ତୁତି ହେଉଥିବା ସମୟରେ ଗୋଟାଏ ପାଣି ଟ୍ୟାଙ୍କର ସହ ଧକ୍କା ଖାଇଛି। ଉଡ଼ାଣର ମାତ୍ର କିଛି ମିନିଟ୍ ପୂର୍ବରୁ ପାଣି ଟ୍ୟାଙ୍କରଟି ବିମାନ ସହ ଧକ୍କା ଖାଇଥିଲା ଏବଂ ସେଥିରେ ୧୦୩ ଜଣ ଯାତ୍ରୀ ଥିଲେ। ଦୁର୍ଘଟନାରେ ବିମାନଟି ନଷ୍ଟ ହୋଇଥିଲେ ମଧ୍ୟ ଯାତ୍ରୀମାନଙ୍କୁ ନିରାପଦରେ ସେଥିରୁ ସ୍ଥାନାନ୍ତର କରାଯାଇଛି। ଦୋହା ଅଭିମୁଖେ ଯାଉଥିବା କତାର ଏୟାରୱେଜର ବିମାନ କ୍ୟୁଆର ୫୪୧ ବିମାନ ପାହାନ୍ତା ପ୍ରାୟ ୩ଟା ସମୟରେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରୁ ଉଡ଼ାଣ ଆରମ୍ଭ କରିଥାଏ। ଘଟନା ଉପରେ ତଦନ୍ତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe