କାଲି ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ । ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି ।

1,121

କନକ ବ୍ୟୁରୋ : ଭୁବନେଶ୍ୱରବାସୀଙ୍କ ପାଇଁ ବଡ଼ ଖବର । ଆସନ୍ତାକାଲି ଭୁବନେଶ୍ୱରରେ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ସକାଳ ୮ଟାରୁ ଅପରାହ୍ନ ୪ଟା ଯାଏଁ ବନ୍ଦ ରହିବ ଜଳ ଯୋଗାଣ । ପ୍ରଥମ ଥର ପାଇଁ ୮ଘଣ୍ଟା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ୱାଟକୋ ।

ତେବେ ପଳାଶୁଣୀ ମୁଖ୍ୟ ଜଳ ଯେଗାଣ ପାଇପଲାଇନରେ ଜରୁରୀ ମରାମତି ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏଥିପାଇଁ ପୂର୍ବରୁ ପାଣି ସଂରକ୍ଷିତ ରଖିବା ପାଇଁ ୱାଟକୋ ପକ୍ଷରୁ ଅନୁରୋଧ କରାଯାଇଛି । ଜଳ ଯୋଗାଣ ବନ୍ଦ ହେଉଥିବାରୁ ଆପଣ କାଲି ପାଇଁ ଆଗୁଆ ପାଣି ସଂରକ୍ଷିତ କରି ରଖନ୍ତୁ । ତେବେ ଅପରାହ୍ନ ୪ଟା ପରେ ଜଳ ଯୋଗାଣ ସ୍ୱାଭାବିକ ଭାବେ ଚାଲିବ । କିନ୍ତୁ ସକାଳ ୮ଟାରୁ ଅପରାହ୍ନ ୪ଟା ଯାଏଁ ବନ୍ଦ ରହିବ ଜଳ ଯୋଗାଣ ।