କନକ ବ୍ୟୁରୋ: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର ଓ ବାଛରାରେ ନିର୍ମାଣ ଚାଲିଛି ମେଗା ପାନୀୟ ଜଳ ପ୍ରକଳ୍ପ। ପଟ୍ଟାମୁଣ୍ଡେଇ ବ୍ଲକ ଓ ରଜନଗର ବ୍ଲକ୍ ସମେତ କେନ୍ଦ୍ରାପଡ଼ା ବ୍ଲକ୍ କେତେକ ପଞ୍ଚାୟତରେ ପାନୀୟ ଜଳ ମିଳିବ। କିନ୍ତୁ ବିଡମ୍ବନା ପ୍ରାୟ ୪୫୦ କୋଟି ଟଙ୍କାର ବେୟ ଅଟକଳରେ ନିର୍ମିତ ପାଣି ଟାଙ୍କି ପାଇଁ ଏବେ ଭୂଇଁରେ କାମ ଚାଲିଛି।
ଏହି ପ୍ରକଳ୍ପକୁ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୧ ମସିହାରେ ଉଦ୍ଘାଟନ କରିଥଲେ। ଠିକା ସଂସ୍ଥା ଲକ୍ଷ୍ମୀ କନଷ୍ଟ୍ରକ୍ସନ ଏହି କାମ କରୁଛି। । ଏହି ଠିକା ସଂସ୍ଥା ଅନ୍ୟ ଏକ ସଂସ୍ଥାକୁ କାମ ଦେଇଛି। ତେଣୁ କାମ ଶେଷ ହୋଇପାରୁନି। ପ୍ରକଳ୍ପ କାମ ପାଇଁ ପାଣି ଗାଁକୁ ଆସିପାରୁନାହିଁ। କାମ ଶେଷ ହେଲେ ହିଁ ପାଣି ଆସିପାରିବ ବୋଲି ଠିକାଦାର କହୁଛନ୍ତି। ପାଣି ପାଇଁ ଯେଉଁ ଗୋଟିଏ ନଳକୂଅ ରହିଛି, ତାହା ଉପରେ ୧୫୦ରୁ ଅଧିକ ଲୋକ ନିର୍ଭର କରୁଛନ୍ତି। ତେଣୁ ବାରମ୍ବାର ନଳକୂପ ଖରାପ ହେଉଛି। କେବଳ ଏହି ପ୍ରକଳ୍ପ ନୁହେଁ, ମହାକାଳପଡାରେ ବି ସମାନ ସ୍ଥିତି। ଏନେଇ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ତାଗିଦ୍ କରିଛନ୍ତି।
Follow Us