କନକ ବ୍ୟୁରୋ : କୋରାପୁଟ ଜିଲ୍ଳାରେ ଚାଷ ଓ ବିଦ୍ୟୁତ ଉତ୍ପାଦନ ପାଇଁ ରହିଛି ଏକାଧିକ ଡ଼୍ୟାମ। ହେଲେ ଚଳିତ ବର୍ଷ ବର୍ଷା ଅଭାବରୁ ପ୍ରାୟ ସବୁ ଡ଼୍ୟାମରେ ଜଳସ୍ତର କମିବାରେ ଲାଗିଛି। କୋଲାବ ଡ଼୍ୟାମ, ତେଲେଙ୍ଗେରି ଡ଼୍ୟାମ ଓ ମାଛକୁଣ୍ଡ ଡ଼୍ୟାମରେ ଜଳସ୍ତର ଗତବର୍ଷ ତୁଳନାରେ କମ୍ ରହିଛି । ମାଛକୁଣ୍ଡ ଡ଼୍ୟାମରେ ଗତବର୍ଷ ଯେଉଁ ସମୟରେ ୬ଟି ଜେନେରେଟର ଚାଲୁଥିଲା ଏ ବର୍ଷ ସେହି ସମୟରେ ମାତ୍ର ଗୋଟିଏ ଜେନେରେଟର ଚାଲୁଛି। ଇନ୍ଧ୍ରାବତୀ ଡ୍ୟାମର ସ୍ଥିତି ସବୁଠୁ ଶୋଚନୀୟ। ଅଧିକାରୀ କହିଛନ୍ତି ଡ୍ୟାମ୍ ମାତ୍ର ୧୦ ପ୍ରତିଶତ ପାଣି ରହିଛି। ଯଦି ବର୍ଷା ନହୁଏ, ତେବେ ଏ ବର୍ଷ ଚାଷ ପାଇଁ ଜଳ ସଙ୍କଟ ଦେଖାଯିବାର ଆଶଙ୍କା ରହିଛି ।
ରାଜ୍ୟରେ ପ୍ରଥମ ବର୍ଷା କୋରାପୁଟକୁ ଛୁଇଁଥାଏ। ଜୁନ ମାସରେ ଅନବରତ ବର୍ଷା ହେଉଥିଲା। ଚାଷୀ ଚାଷ କାମ କରୁଥିଲେ। ହେଲେ ଏବେ ବର୍ଷାର ପରିମାଣ କମି ଯାଉଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ । ଧାନ ଓ ମାଣ୍ଡିଆ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି କୃଷି ବିଶେଷଜ୍ଞ ଆକଳନ କରିଛନ୍ତି। ଜଳବାୟୁ ପରିବର୍ତନର ଏହା ମୁଖ୍ୟ କାରଣ ବୋଲି ମତପ୍ରକାଶ କରିଛନ୍ତି ସ୍ୱାମିନାଥନ ଗବେଷଣା ପ୍ରତିଷ୍ଟାନର ବୈଜ୍ଞାନିକ ।