କନକ ବ୍ୟୁରୋ: ମହାନଦୀ ପାଇଁ ରାଜ୍ୟ ସରକାରଙ୍କ ବଡ ଯୋଜନା । ମହାନଦୀ ତଳ ମୁଣ୍ଡରେ ବ୍ୟାରେଜ୍ ଓ ଆନିକଟ ନିର୍ମାଣ ପାଇଁ ୭ଟି ସ୍ଥାନ ଚିହ୍ନଟ କରିଛନ୍ତି ସରକାର । ସେଥିପାଇଁ ଏବେ ସର୍ଭେ ଓ ଅନୁସନ୍ଧାନ କାମ ଜାରି ରହିଛି । ମହାନଦୀର ଜଳକୁ ଉଭୟ ଚାଷ ଓ ପିଇବା ପାଣି ଭାବେ ବ୍ୟବହାର କରିବା ପାଇଁ ଏବେ ବି ଅନେକ ଅଂଚଳରେ ପ୍ରକଳ୍ପ କାମ ଜାରି ରହିଛି ।
ଜଳସଂପଦ ବିଭାଗର ସଫଳତା ସଂପର୍କରେ ଆଜି ମନ୍ତ୍ରୀ ନିରଂଜନ ପୂଜାରୀ ସାମ୍ବାଦିକମାନଙ୍କୁ ସୂଚନା ଦେବା ବେଳେ ଏକଥା କହିଛନ୍ତି ଜଳସଂପଦ ସଚିବ ପ୍ରଦୀପ କୁମାର ଜେନା । ଏବେ ଲୋୟର ସୁକତେଲ, ବୃତଙ୍ଗ, ଇବ୍ ଓ ଅଙ୍ଗ ନଦୀ ଉପରେ ବଡ଼ ବଡ଼ ୪ଟି ଜଳସେଚନ ପ୍ରକଳ୍ପ ନିର୍ମାଣ ଚାଲିଛି । ଏଥିସହ ଲୋୟର ଇନ୍ଦ୍ର, ରେତ, ରୁପୁରା, ସାଲକି ଭଳି ଏକାଧିକ ପ୍ରକଳ୍ପ କାମ ଜାରି ରହିଛି ।
ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୬୧ ଲକ୍ଷ ହେକ୍ଟର ଚାଷ ଜମି ରହିଛି । ୨୦୦୦ ମସିହାରେ ବିଜେଡି ସରକାର କ୍ଷମତାକୁ ଆସିଲା ବେଳେ ରାଜ୍ୟର ୨୪ ଲକ୍ଷ ହେକ୍ଟର ଚାଷ ଜମିରେ ଜଳସେଚନର ସୁବିଧା ଥିଲା । ଏବେ ତାହା ପ୍ରାୟ ୪୦ ଲକ୍ଷ ହେକ୍ଟରରେ ପହଂଚିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/vlcsnap-2018-05-12-20h07m55s800.png)
/kanak/media/post_attachments/wp-content/uploads/2018/05/vlcsnap-2018-05-12-20h07m25s390-300x240.png)
/kanak/media/post_attachments/wp-content/uploads/2018/05/vlcsnap-2018-05-12-20h07m48s445-300x240.png)